ସହକାରୀ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
ଜଟଣୀ(ସଞ୍ଜୀବ କୁମାର) : ଜଟଣୀ ନିକଟସ୍ଥ ପାଣ୍ଡିଆବିଳି ବିଟିପୁର କୃପାସିନ୍ଧୁ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଚନ୍ଦ୍ର ଶେଖର ଦାସଙ୍କୁ ଆଜି ବିଦ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସହକାରୀ ଶିକ୍ଷକ ଶ୍ରୀ ଦାସ ୧୯୯୫ ସେପ୍ଟେମ୍ବର ୪ ତାରିଖରେ ଏହି ବିଦ୍ୟାଳୟରେ ଯୋଗଦେଇଥିଲେ । ଚାକିରୀ କାଳ ମଧ୍ୟରେ ବିନା ଅନୁପସ୍ଥିତରେ କାର୍ଯ୍ୟ ସମାପନ କରୁଥିବା ନେଇ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଅତିଥୀମାନେ ମତ ପୋଷଣ କରିଥିଲେ । ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ପୁଷ୍ପଗୁଛ୍ ଓ ଉତରୀୟ ପ୍ରଦାନ କରି ଶିକ୍ଷକ ଶ୍ରୀ ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । କୃପାସିଦ୍ଧୁ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଚନ୍ଦ୍ର ଶେଖର ଦାସ ପୁରୀ ଜିଲା କଣାସବ୍ଲକ ଅନ୍ତର୍ଗତ ଗଡସାହୀ ଗ୍ରାମରୁ ପ୍ରତିଦିନ କର୍ମସ୍ଥଳ ପାଣ୍ଡିଆବିଲି-ଜୋରକଣୀ ବିଟିପୁରକୁ ଆସିଥାନ୍ତି । ମାତ୍ର ସାଇକେଲ ଚଳାଇ ଏତେଦୁର ବାଟ ଅତିକ୍ରମ କରି ଆସୁଥିଲେ ମଧ୍ୟ ବ୍ଲକ ଗ୍ରାଂଟ ଶିକ୍ଷକମାନଙ୍କୁ ଉଚିତ ପ୍ରାପ୍ୟ ମିଳୁନଥିବା କହିଥିଲେ ।
Comments are closed.