କାଳ ବୈଶାଖ ର ତାଣ୍ଡବଲୀଳା, ବିଜୁଳି ତାର ଛିଡାଇବା ସହ ଘର ଭାଙ୍ଗିଲା

କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : ପ୍ରବଳ ପବନ ବର୍ଷା ଯୋଗୁଁ ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତ ର ବଳଦା ଗୁଡ଼ାସାହି ଠାରେ ଶୁଖିଲା ଶାଳ ଗଛ ପଡି ୧୧ କେଭି ବିଦ୍ୟୁତ ତାର ଛିଡି ତଳେ ପଡିଯାଇଛି ଏବଂ ସେହି ଗ୍ରାମର ଦେବାନନ୍ଦ ମହାକୁଡ଼ ଙ୍କ ଟିଣ ଛପର ୨ ବଖରା ଘର ପବନ ଉଡେଇ ନେଇଛି | ସେହି ଘରେ ଥିବା ଆସବାବପତ୍ର ବର୍ଷା ପାଣିରେ ନଷ୍ଟ ହୋଇଯାଇଛି ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ତାଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ |

Comments are closed.