ଓଡିଶା ଡ୍ରାଇଭର ମହାସଂଘ ତରଫରୁ ସାଧାରଣ ସଭା ଅନୁଷ୍ଠିତ

ବଣେଇ(ସନ୍ତୋଷ କୁମାର ଅଟୀ) : ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଗତକାଲି ସ.ବଲାଙ୍ଗ ଠାରେ ବଣେଇ ଡ୍ରାଇଭର ସଂଘ ଆହ୍ୱାନ କ୍ରମେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ ଜିଲ୍ଲା ଡ୍ରାଇଭର ମହାସଂଘର ସମ୍ପାଦକ ମୋତିଲାଲ ରାଜପୁତ ଯୋଗଦେଇ ସଂଘର କାଯ୍ୟକର୍ତ୍ତାଙ୍କୁ ବିଗତ ଦିନରେ ଭୂବନେଶ୍ୱର ଠାରେ ରାଜ୍ୟ ସରକାର ଙ୍କୁ ପ୍ରଦାନ କରି ହୋଇ ଥିବା ୧୧ଦଫା ରାଲି ସମ୍ବନ୍ଧରେ ବିଶଦ ବିବରଣୀ ଦେବା ସହିତ ଜଣେ ଡ୍ରାଇଭରର ମୈ।ଳିକ ଅଧିକାର କିପରି ମିଳିପାରିବ ତାହା ସୂଚାଇଥିଲେ । ଘରଦ୍ୱାର, ପରିବାର ଛାଡି ନିଜ ଜୀବନକୁ ବାଜି ଲଗାଇ କିଭଳି ପ୍ରତିଦିନ ଆହାର ମୁଠାଏ ଯୋଗାଡ କରିବାକୁ କୋଣ ଅନୁକୋଣକୁ ଗାଡିନେଇ ଯାଇ କିଭଳି ଅସୁବିଧା ର ସମ୍ମୁଖୀନ ହୋଇଥାଏ ତାହା ଜଣେ ଅନୁଭବି ହିଁ ବୁଝିପାରେ ବୋଲି ତାଙ୍କ ଅଭିଭାଷଣରେ ପ୍ରଦାନ କରଥିଲେ । ଏଥିରେ ମୂଖ୍ୟ ଅତିଥି ଭାବରେ ମହକ ଟିଭିର ସାମ୍ବାଦିକ ସନ୍ତୋଷ କୁମାର ଅଟୀ ଯୋଗଦେଇ ଜଣେ ଡ୍ରାଇଭର ଭାଇକୁ ଦୁନିଆର ସମସ୍ତ ଚାଷୀ ଙ୍କ ପରେ ଦ୍ୱିତୀୟ ଲୋକଙ୍କ ମୁହଁରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ଆହାର ପ୍ରଦାନ କରୁଥିବା ଦୁଃଖି ମଣିଷଟିଏ ବୋଲି ଅଭିହିତ କରିଥିଲେ । ଚବିଶ ଘଣ୍ଟା ଗାଡି ଚଳାଇ କିପରି ଗାଡିମାଲିକ ମାନଙ୍କୁ ବଡ କରୁଥିବା ବେଳେ ନିଜେ କେମିତି ପେଟର ଭୋକକୁ ପରିବାର ପାଇଁ ସହିଯାଏ ତାହାର ତାହା ଏକ ଅସହ୍ୟ ବେଦନା ବୋଲି କହିଥିଲେ । ଏହି ସଭାକୁ ବଣେଇ ବ୍ଲକ ସଭାପତି ରୂପଧର ପାତ୍ର ପରେ ଚାଳନା କରିଥିବା ବେଳେ ସଂପାଦକ ଆକାଶ ପାତ୍ର ବ୍ଲକ ଭିତରରେ ଥିବା ଡ୍ରାଇଭର ଭାଇ ମାନଙ୍କର ବିଭିନ୍ନ ସମସ୍ୟା ଏବଂ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ । ନିଜନିଜ ଭିତରେ ଏକତାସୂତ୍ର ରଖିବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ କଷଡା ପଞ୍ଚାୟତ ର ସଭାପତୀ ପ୍ରମୋଦ କୁମାର ବେଟୀ ସମସ୍ତ ଡ୍ରାଇଭର ଭାଇଙ୍କୁ ଗାଡି ଚଳାଇଲା ବେଳେ ଡ୍ରେସ କୋଡ ପରିଧାନ କରିବାକୁ କହିଥିବାବେଳେ ନିଶାଦ୍ରବ୍ୟ ପିଇବାକୁ ବାରଣ ସହିତ ଛୋଟ ଛୋଟ ଗାଡିକୁ ମଧ୍ୟ ସମ୍ମାନ ପ୍ରଦର୍ଶନ କରିବାକୁ ପ୍ରବର୍ତ୍ତାଇ ଥିଲେ । ଏଥିରେ ଜିଲ୍ଲା ଆଡମିନର ଭିଷ୍ମ ରଞ୍ଜନ ମାହାନ୍ତ ମଧ୍ୟ ସମସ୍ତ ଚାଳକ ଭାଇମାନଙ୍କୁ ହାତକୁ ହାତ ଧରି କିପରି ନିଜର ହକ ଆଗାମୀ ଦିନରେ ସରକାର ପାଖରେ ଉପସ୍ଥାପନା କରାଯିବ ତାକୁ ଆଖି ଆଗରେ ରଖି ସମସ୍ତଙ୍କ ସାହାଯ୍ୟ ସହଯୋଗ କାମନା କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବଣେଇ ବ୍ଲକ ସହ ସଭାପତି ଅନିଲ କୁମାର ପ୍ରଧାନ ସଭାକୁ ଆୟୋଜନ କରିଥିବା ସ.ବଲାଙ୍ଗ ଚାଳକ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ପ୍ରଶ୍ୱସାଂ କରିଥିଲେ ବୋଲି ଏଥିସହିତ ସହ ସଂପାଦକ ଲିଙ୍ଗରାଜ ସାହୁ , ପୂର୍ବତନ ସଭାପତି ରଞ୍ଜନ ଲାଲ ପାତ୍ର , ପୂର୍ବତନ ସହସଂପାଦକ ଅନୀଲ କୁମାର ସୁରିନ , ବଣେଇ ବ୍ଲକ ୧୩ଟି ପଂଚାୟତ ର ସଭାପତି ଏବଂ ସମସ୍ତ ଚାଳକ ଭାଇମାନେ ଉପସ୍ଥିତ ରହି ସଭାକୁ ବଳିଷ୍ଠ କରିଥିଲେ ।

Comments are closed.