ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ ତରଫରୁ ବିଶ୍ଵ ଚକ୍ଷୁ ଦିବସ ପାଳନ

ଖୋର୍ଦ୍ଧା(ସଞ୍ଜୀବ କୁମାର) : ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ ତରଫରୁ ତା୨୧ ମାର୍ଚ୍ଚ ୨୦୨୨ ଠାରୁ ୨୩ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବିଶ୍ଵ ଚକ୍ଷୁ ଦିବସ ପାଳନ ହେଉଅଛି।ଏହି ତ୍ରିଦିବସୀୟ ଚକ୍ଷୁ ଦିବସ ପାଳନ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଲୋକାଭିମୁଖୀ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ପ୍ରଥମ ଦିବସ ତା ୨୧ ମାର୍ଚ୍ଚ ୨୦୨୨ ରିଖ ସରସ୍ଵତୀ ଶିଶୁ ମନ୍ଦିର,ଜଟଣୀ ଠାରେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କାର୍ଯ୍ୟକର୍ତ୍ତା ମାନଙ୍କ ପାଇଁ ବିନାମୂଲ୍ୟରେ ଏକ ସ୍ବାସ୍ଥ୍ୟ ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସେଠୀ ଏହି ସୁନ୍ଦର ଓ ଉପାଦେୟ କାର୍ଯ୍ୟକ୍ରମ ପାଇଁ ସ୍କୁଲ ଅଫ ପାରାମେଡିକର ମୁଖ୍ୟ ପ୍ରଫେସର ସୁନୀଲ କୁମାର ଝା ଙ୍କୁ ସହୃଦୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଏକ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ସେବାର ସୁଯୋଗ ନେଇଥିଲେ ।ସେହିଭଳି ଦ୍ଵିତୀୟ ଦିବସରେ ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ସ୍ବାସ୍ଥ୍ୟ ଓ ଚକ୍ଷୁଶିକ୍ଷା ସମ୍ବନ୍ଧୀୟ ପୋଷ୍ଟର ଏବଂ ଆଲେଖ୍ୟ ଉପସ୍ଥାପନ କରାଯିବ।ଏହା ସହିତ ଚକ୍ଷୁ ବିଭାଗ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ବିଶେଷ ବିଷୟକୁ ନେଇ ପ୍ରତିଯୋଗିତା ମଧ୍ୟ କରାଯିବ।ତୃତୀୟ ଦିବସରେ ବିଶ୍ଵବିଦ୍ୟାଳୟର କୁଳପତି ଡଃ ସୁପ୍ରିୟା ପଟ୍ଟନାୟକଙ୍କ ସଭାପତିତ୍ବରେ ଓ ଡଃ ସୁନିଲ ଝା ଙ୍କ ପୌରହିତ୍ୟରେ ଏକ ବିଶେଷ ଅତିଥି ସଭା ଅନୁଷ୍ଠିତ ହେବ।ଯେଉଁଥିରେ ବିଶେଷ ଅତିଥି ଭାବେ ମାନନୀୟ ଡଃ ଏସ .ଟି ମୂରଲୀଧର, ଶ୍ରୀଯୁକ୍ତ ମିଲିନ୍ଦ ଯାଦବ ,ଡଃ ଓମେଗା ପ୍ରିୟଦର୍ଶିନୀ, ଡଃ ଆଲୋକ ଶ୍ରୀବାସ୍ତବ ଓ ଡଃ ଅଜୟ କୁମାର ସିଂହ, ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଅତିଥି ମାନଙ୍କ ଦ୍ଵାରା ଚକ୍ଷୁ ଓ ସ୍ଵାସ୍ଥ୍ୟ ସମ୍ବନ୍ଧିତ ବିଶେଷ ଆଲୋଚନା କରାଯିବ।
ଏହି କାର୍ଯ୍ୟକ୍ରମରେ ପାରାମେଡିକ ବିଭାଗ ମୁଖ୍ୟ ଡଃ ସୌମ୍ୟା ଜାଲ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଅର୍ପଣ କରିବେ। ସହକାରୀ ପ୍ରାଧ୍ୟାପିକା ଡଃ ମୋନାଲି ପ୍ରିୟଦର୍ଶିନୀ ମିଶ୍ର ,ଅଧ୍ୟାପକ ଶ୍ରୀ ରନୀତାଭ ଓ ଅନ୍ୟାନ୍ୟ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସକ୍ରିୟ ଭୂମିକାରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସ୍କୁଲ ଅଫ ପାରାମେଡିକର ମୁଖ୍ୟ ଜଣାଇଛନ୍ତି ।

Comments are closed.