ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ କାର୍ଯ୍ୟକ୍ରମ

ତରଭା(କଲ୍ୟାଣ ନାୟକ) : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କୋଶଳ ସାହିତ୍ୟ ଏକାଡ଼େମୀର ସଭାପତି ଦେବେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ଶିକ୍ଷାବିତ୍ ପ୍ରଦୀପ କୁମାର ମାହାଣା ମୁଖ୍ୟ ଅତିଥି, କୋଶଳ ସାହିତ୍ୟ ଏକାଡ଼େମୀର ସମ୍ପାଦକ ରାଜେନ୍ଦ୍ର ଝାଙ୍କର ମୁଖ୍ୟ ବକ୍ତା ଓ ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ଅମୃତ ମହୋତ୍ସବ ପାଳନର ମହତ୍ତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ ।ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ଶୈକ୍ଷିକ, ସାମାଜିକ,ଆଧ୍ୟାତ୍ମିକ, ଅର୍ଥନୈତିକ ଓ ସାଂସ୍କୃତିକ ଦିଗରେ ସାରା ବିଶ୍ୱରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବିଷୟରେ ଆଲୋକପାତ କରିଥିଲେ। ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ମାହାଣା ଉତ୍ସବର ଉଦ୍ଘାଟନ କରିଥିବାବେଳେ ଆୟୋଜକ ଲୋକନାଥ ଦଳବେହେରା ଅତିଥି ପରିଚୟ ପ୍ରଦାନ ସଙ୍ଗେ ସଙ୍ଗେ ସଭାର ଉଦ୍ଦେଶ୍ୟ କହିଥିଲେ । ପରେ କୋଶଳ ସାହିତ୍ୟ ଏକାଡ଼େମୀର ସହଯୋଗିତା଼ରେ ଓ କବୟିତ୍ରୀ ଚନ୍ଦ୍ରାବତୀ ପାଣ୍ଡେଙ୍କର ସଂଯୋଜନାରେ ଅନୁଷ୍ଠିତ କବିତା ପାଠରେ କୋଡ଼ିଏ ଜଣ କବି/କବୟିତ୍ରୀ ସ୍ବରଚିତ ଦେଶାତ୍ମବୋଧକ କବିତା ଆବୃତ୍ତି କରିଥିଲେ। ସଂଯୋଜକ ଦେବେନ୍ଦ୍ର କୁମାର ନାଏକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବକବି ହିରଣ୍ମୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.