ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ତରଭା(କଲ୍ୟାଣ ନାୟକ) : କୋଶଳ ସାହିତ୍ୟ ଏକାଡ଼େମୀ ତରଫରୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଗଙ୍ଗାଧର ମେହେର ପାର୍କ ଠାରେ ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ବରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ମଧୁମଙ୍ଗଳ ପାଣ୍ଡେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ଯୁବକବି ହିରଣ୍ମୟ ପଟ୍ଟନାୟକ ମୁଖ୍ୟ ବକ୍ତା,ସଞ୍ଜୀବ ସେଠି ସମ୍ମାନିତ ବକ୍ତାଭାବେ ଯୋଗଦାନ କରି ଗଙ୍ଗାଧର ସାହିତ୍ୟ ଉପରେ ବିଶଦ ଆଲୋଚନା କରିଥିଲେ। ରଙ୍ଗାଜୀବ ଗଙ୍ଗାଧର ଭାବେ କାଳଜୟୀ ତପସ୍ଵିନୀ, ପ୍ରଣୟ ବଲ୍ଲରୀ, ଇନ୍ଦୁମତୀ ଭଳି କାବ୍ୟ କବିତା ରଚନା ତାଙ୍କ ଜୀବନ ଧାରଣ ଲକ୍ଷ୍ୟ ନେଇ ଏକ ମହାର୍ଘ ତପସ୍ୟା କହିଲେ ଅତ୍ୟୁକ୍ତି ହେବ ନାହିଁ ।ଗଙ୍ଗାଧର ମେହେରଙ୍କ ସୃଷ୍ଟି ସର୍ଜନା ଯେଉଁ ପରିମାଣରେ ଓଡ଼ିଆ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରି ପାରିଛି ସେହି ପରିମାଣରେ ଗଙ୍ଗାଧର ସାହିତ୍ୟ ବିଶ୍ୱ ଦରବାରରେ ଉପସ୍ଥାପିତ ହୋଇ ପାରି ନାହିଁ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ।କବି ଶଙ୍କର୍ଷଣ ବାଘ,ପାରିଷଦ ଆକବର ଅଲ୍ଲୀ, ପ୍ରମୋଦ ପଣ୍ଡା ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ସଭା ଶେଷରେ ସୀମାଞ୍ଚଳ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.