ଅଚିହ୍ନା ଯୁଵକ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହତ୍ୟା ସନ୍ଦେହ

ଟାଙ୍ଗି(ରାକେଶ କୁମାର ଜଗଦେବ) : ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହତ୍ୟା ସନ୍ଦେହ।ନିରାକାରପୁର ଥାନା ଅନ୍ତର୍ଗତ ରାଉଳ ହଜ ଗ୍ରାମ ନିକଟସ୍ଥ ପଥର ଖଣି ନିକଟରେ ଏକ ଅଚିହ୍ନା ଯୁଵକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି | ବେକରେ ଗାମୁଛା ଲଗାଇ ଏକ କାଜୁ ଗଛରେ ଝୁଲୁଥିବା ଦେଖାଯାଇଛି | ଗ୍ରାମବାସୀ ମାନେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ଦେଖି ପୋଲିସକୁ ଖବର ଦେବାରେ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମୃତକର ପରିଚୟ ମିଳିପାରିନାହିଁ।ପୋଲିସ୍ ଶବ ଜବତ କରି ତଦନ୍ତ ଚଳାଇଛି | ଯୁବକ ଜଣଙ୍କର ବୟସ ୨୬/୨୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି | ତା ପ୍ୟାଣ୍ଟ ପକେଟ୍ ରୁ ଏକ ସାଇକେଲ ଚାବି ପୋଲିସ୍ ଉଦ୍ଧାର କରିଥିଵା ବେଳେ ମୃତ ଯୁବକ ଜଣଙ୍କର ହାତରେ ଏକ ଟାଟୁ ରହିଛି ଯାହାର ନାମ ପ୍ରଭାତ ଲେଖା ଯାଇଥିବା ଥାନା ଇନସପେକ୍ଟର ଗୀତାଂଜଳୀ ନାୟକ କହିଛନ୍ତି |

Comments are closed.