ତରଭା ଏ.ଇ.ଏ ସ କଲେଜରେ ” ଆଜାଦୀ କା ଅମୃତ ମହୋତ୍ସବ” ପାଳିତ
ତରଭା(କଲ୍ୟାଣ ନାଏକ) : ଆଜି ତରଭା ଏ.ଇ.ଏ ସ କଲେଜରେ ” ଆଜାଦୀ କା ଅମୃତ ମହୋତ୍ସବ” ପାଳିତ ହେଇଯାଇଛି। କଲେଜର ସମସ୍ତ ଛାତ୍ରଛାତ୍ରୀ,ଅଧ୍ୟାପିକା,ଅଧ୍ୟାପକ, ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରାରେ ବାହାରି ତରଭା ସହର ପରିକ୍ରମା କରିଥିଲେ। ଥାନା ସମ୍ମଖରେ ଅଧ୍ୟକ୍ଷା ସୁଶ୍ରୀ ମିନତୀ ମିଶ୍ର ଏବଂ ବାଳିକା ହାଇସ୍କୁଲ ସାମ୍ନାରେ ରାଜନୀତି ବିଜ୍ଞାନ ବିଭାଗ ର ପ୍ରାଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ମିଶ୍ର ଅମୃତ ମହୋତ୍ସବ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ। କଲେଜକୁ ଫେରି ଅଧ୍ୟକ୍ଷା ସୁଶ୍ରୀ ମିଶ୍ର ଏକ ସଭାର ଆୟୋଜନ କରିଥିଲେ।ବକ୍ତାମାନେ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ସୁନାଗରିକ ହୋଇ ଦେଶ ଓ ଜାତିର ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଆହ୍ବାନ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ଅଧ୍ୟାପିକା ବିନତି ମିଶ୍ର ଓ ଖେଳ ଶିକ୍ଷକ ଶ୍ରୀ ସଂଜୀବ ସାହୁ ପରିଚାଳନା କରିଥିଲେ ।
Comments are closed.