ଅଗ୍ନି ବିପନ୍ନଙ୍କ ପାଖରେ ପହଁଚିଲେ ପ୍ରଶାସନିକ ଅଧିକାରୀ

ରାଜକନିକା(ପ୍ରଣୟ ନାୟକ) : ଗତ 31 ତାରିଖ ବିଳମ୍ବିତ ରାତିରେ ରାଜକନିକା ବ୍ଲକ କୋରନ୍ଦ ପଂଚାୟତ, ନଦିମାର ଗ୍ରାମରେ ସର୍ଟ ସର୍କିଟ ଯୋଗୁଁ ଲାଗିଥିବା ନିଆଁରେ ଛଅ ବଖରା ଘର , ଦୁଇଟି ଗୋରୁ ପୋଡି ପାଉଁଶ ହୋଇଯାଇଥିଲା | ଖବର ପାଇ ପହଁଚିଲେ ପ୍ରଶାସନିକ ଅଧିକାରୀ ତଥା, କନିକା ତହସିଲଦାର ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା | ଉପ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କାଳ ବିଳମ୍ବ ନକରି ବଢ଼ାଇଲେ ସହଯୋଗର ହାତ | ଅଗ୍ନି ବିପନ୍ନ ଭାଗିରଥି ଧଳଙ୍କ ଦୁଇ ପୁଅ, ବନମାଳୀ ଧଳ, ଓ ରାଧାଶ୍ୟାମ ଧଳଙ୍କୁ 40000 ଟଙ୍କା ଦେବା ସହିତ ଏବେ ଡାକ୍ତର ଖାନରେ ଚିକିତ୍ସା ହେଉଥିବା ରଞ୍ଜନ ବେହେରାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ | ଅଗ୍ନିରେ ପୋଡ଼ିଯାଇଥିବା ଧାନ, ଚାଉଳ, ଓ ଆଶବାବପତ୍ର ଉପରେ ଗୁରୁତ୍ୱ ଦେଇ, ଖୁବଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା କହିଥିଲେ |

Comments are closed.