ଫଟୋଚିତ୍ର ଡିଜାଇନ ତାଲିମ ଶିବିର ଉଦଯାପିତ

ଜଟଣୀ(ସଞ୍ଜୀବ କୁମାର) : ଜଟଣୀ ବ୍ଲକ ଅନ୍ତର୍ଗତ ପଦନପୁର ସ୍ଥିତ ପ୍ରତିଶୃତି ସ୍ବେଚ୍ଛାସେବୀ ସଂସ୍ଥାରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଫଟୋଚିତ୍ର ଡିଜାଇନ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ତିରିଶି ଜଣ ମହିଳାଙ୍କୁ ନେଇ ଚାଲିଥିବା ଏହି ଶିବିର ଆଜି ଉଦଯାପିତ ହୋଇଯାଇଛି।ଆଜିର ଏହି ଉଦଯାପନି ଉତ୍ସବ ଅବଶରରେ ଆୟୋଜିତ ସଭାରେ ପ୍ରତିଶ୍ରୁତି ସଂସ୍ଥାର ଉପ ନିର୍ଦ୍ଦେଶକ ବିଜୟ କେତନ ଜେନା ଅତିଥି ପରିଚୟ ପ୍ରଦାନ ସହିତ ଡିଜାଇନ ଟ୍ରେନିଂର ଉଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ଏଥିରେ ଖୋର୍ଦ୍ଧା ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ଏଚ.ପି.ଓ ଗୌରବ ସେନାପତି ଅତିଥି ଭାବେ ଯୋଗଦେଇ ହସ୍ତଶିଳ୍ପରେ ସରକାରଙ୍କ ଦିଆଯାଉଥିବା ବିଭିନ୍ନ ପ୍ରୋସ୍ଛାହନ ସମ୍ପର୍କରେ ମହିଳା ମାନଙ୍କୁ ଅବଗତ କରାଇଥିଲେ।ଡି.ପି.ସି ସନ୍ତୋଷ ଦାସ ମିଶନ ଶକ୍ତି କିପରି ଏସ.ଏଚ.ଜି ମହିଳା ମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛି ତାହାକୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ।ହସ୍ତଶିଳ୍ପ ଉପ ନିର୍ଦ୍ଦେଶିକା ଶ୍ରୀମତୀ ବବିତା ମହାନ୍ତି ମହିଳା ମାନଙ୍କ ପାଇଁ କିପରି ରାଜ୍ୟ ସରକାରଙ୍କ ପ୍ରୋସ୍ଛାହନ ଦିଆଯାଉଛି ତାହା ବିଷୟରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ନାଇଜର ର ରେଜିଷ୍ଟ୍ରାର ଅଭୟ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ମାନେ ତିଆରି କରୁଥିବା ବିଭିନ୍ନ ପ୍ରକାରର ଫଟୋ ଚିତ୍ରକୁ ଭୁୟସୀ ପ୍ରଶଂସା କରିବା ସହିତ ଏହି ହସ୍ତଶିଳ୍ପ ସାମଗ୍ରୀକୁ ନାଇଜର ରେ ବିକ୍ରି କରିବା ପାଇଁ ସହମତି ପ୍ରକାଶ କରିଥିଲେ।ଏହି ଉଦଯାପନି ଶିବିରକୁ ଏଚ.ପି.ଓ ରାଜକିଶୋର ପରିଡା,ଚିନ୍ମୟୀ ପ୍ରଧାନ,ସୁଜାତା ମହାନ୍ତି,ଭାଗ୍ୟଶ୍ରୀ ମହାନା,ମଧୁସ୍ମିତା ରାଉତରାୟ ଏବଂ ଡିଜାଇନର ଦିଲୀପ ସାମନ୍ତ ପ୍ରମୁଖ ପରିଚାଳନା କରିଥିଲେ।

Comments are closed.