ଅବକାରୀ ବିଭାଗର ମାରାଥନ୍ ଚଢାଉ ବିପୁଳ ପରିମାଣର ମଦ ସହ ୫ ଗିରଫ

କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : ଆଜି ସକାଳୁ ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ୍‌ ସ୍କ୍ବାର୍ଡ଼ ପାଟଣା, ଝୁମ୍ପୁରା, ଚମ୍ପୁଆ ଓ ଘଟଗାଁ ରେ ମାରାଥନ ଚଢାଉ କରି ସଦର ବ୍ଲକ୍ ର ନରସିଂହପୁର ରୁ ୨୫୦୦ କିଲୋ ପୋଚ ସହ ୨୦୦ ଲିଟର ମଦ ଜବଦ ଓ ଧନୁର୍ଯ୍ୟୟପୁର ରୁ ୧୦୦ କିଲୋ ପୋଚ ନଷ୍ଟ ଓ ୨୫ ଲିଟର ମଦ ସହ ରଘୁନାଥ ହାସଦା ନାମକ ଜଣଙ୍କୁ ଗିରଫ କରିଛି, ପାଟଣା ବ୍ଳକ୍ ର ହିରାପଶି ରୁ ୪୦୦ କିଲୋ ପୋଚ ନଷ୍ଟ ସହ ୮୦ ଲିଟର ମଦ ସହ ସିପୁନ୍ ମାଡ଼ି ନାମକ ଜଣଙ୍କୁ ଗିରଫ କରିଛି, ହିରାପଶି ରୁ ୨୦୦ କିଲୋ ପୋଚ ୨୦ ଲିଟର ମଦ ସହ ସେଲିନା ମାଝୀ ଙ୍କୁ ଗିରଫ କରିଥିବା ବେଳେ ସେହି ହୀରାପଶି ର ନିହା ମାଝୀଙ୍କୁ ୩୫ ଲିଟର ମଦ ସହ ଗିରଫ କରିଛି | ଏହିପରି ଭାବରେ ସମୁଦାୟ ୫୨୦୦ କିଲୋ ପୋଚନଷ୍ଟ କରିବା ସହ ୩୩୦ ଲିଟର ମଦ ଜବଦ ହୋଇଛି ଏବଂ ୫ ଜଣ ଗିରଫ ହୋଇଛନ୍ତି ।
ଏହି ଚଢାଉରେ ନାରାୟଣ ମେହେର୍‌ ଙ୍କ ସହ ଇନିସ୍ପେକ୍ଟର ବେଣୁଧର ସାମଲ, ଚନ୍ଦନ କୁମାର ମାର୍ଦ୍ଦା ଓ ଆଇ ଆଇ ସି ମାନଙ୍କ ମଧ୍ୟରେ ଚମ୍ପୁଆ ର ସ୍ମିତା ବେହେରା, ଝୁମ୍ପୁରା ର ଗୋବିନ୍ଦ ନାଏକ, କେନ୍ଦୁଝର ର ରଞ୍ଜନ କୁମାର ପାତ୍ର, ଜିଲା ମୋବାଇଲ୍ ସ୍କାର୍ଡ଼ ର ଦିଲିପ୍ କୁମାର ତନ୍ତି, ପାଟଣାର ରମେଶ ଚନ୍ଦ୍ର ମହାନ୍ତି, ଘଟଗାଁର ଜନାର୍ଦ୍ଦନ ପଲେଇ ପ୍ରମୁଖ ସାମିଲ ଥିଲେ ।

Comments are closed.