ପୋଖରୀରେ ବୁଡି ନାବାଳକର ମୃତ୍ୟୁ
ରଣପୁର(ଚିରଞ୍ଜିବି ଦାଶ) : ପୋଖରୀରେ ବୁଡି ଆଠ ବର୍ଷର ନାବାଳକ ମୃତ l ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ପିମ୍ପଲ ଗ୍ରାମରେ l ମୃତ ନାବାଳକ ହେଲେ ପିମ୍ପଲ ଗାଁର ପୁଷ୍କର ପରିଡାଙ୍କର 8 ବର୍ଷର ପୁଅ ଦୀପଙ୍କର ପରିଡା l ଗତକାଲି ଅପରାହ୍ନରେ ନିକଟସ୍ଥ ପୋଖରୀକୁ ଗାଧେଇଵାକୁ ଯାଇଥିବା ବେଳେ ଦୀପଙ୍କର ପୋଖରୀରେ ବୁଡିଯାଇଥିଲେ l ଖବର ପାଇ ପରିବାର ଲୋକ ପୁଅକୁ ପୋଖରୀରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନିକଟସ୍ଥ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ସେପଟେ ପୁଅର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଥିବ ବେଳେ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି |
Comments are closed.