ଅସୁସ୍ଥ ଦନ୍ତାର ଚିକିସ୍ଚା ପାଇଁ ପହଂଚିଲା ବିଶେଷଜ୍ଞ ଟିମ୍

ଟାଙ୍ଗି(ରାକେଶ କୁମାର ଜଗଦେବ) : କଣ୍ଟାସୀରି ଜଙ୍ଗଲରେ ଅସୁସ୍ଥ ଦନ୍ତା | ଅସୁସ୍ଥ ଦନ୍ତାର ଚିକିସ୍ଚା ପାଇଁ ପହଂଚିଲା ବିଶେଷଗ୍ୟ ଟିମ୍ | ଚିକିସ୍ଚା କରିବା ପାଇଁ ପ୍ରଥମେ କରାଯିବ ଟ୍ରାଙ୍କୁଲାଇଜ୍| କଣ୍ଟାସୀରି ଜଙ୍ଗଲରେ ପହଂଚି ଅନୁଧ୍ୟାନ କରୁଛି ଟ୍ରାଙ୍କୁଲାଇଜ୍ ଟିମ୍ | ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଂଜ୍ ପଟିଆ ସେକସନ କଣ୍ଟାସୀରି ଜଙ୍ଗଲରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି | ଜଙ୍ଗଲରେ ଏକୁଟିଆ ବୁଲୁଥିବା ଦେଖିବାକୁ ପାଇଥିଲେ ବନ କର୍ମଚାରୀ | ହାତୀଟି ଏକୁଟିଆ ବୁଲୁଥିବା ବେଳେ ଚାଲିଚଳନ ତାର ସ୍ୱାଭାବିକ ନଥିବା ଦେଖିବାକୁ ପାଇଥିଲେ ବନ କର୍ମଚାରୀ |ତେଣୁ ତାର ଚିକିସ୍ଚା କରିବା ପାଇଁ ଅଣ୍ଟା ଭିଡିଛି ଟାଙ୍ଗୀ ବନ ବିଭାଗ | ଅସୁସ୍ଥ ଦନ୍ତାର ଚିକିସ୍ଚା କରିବା ପାଇଁ OUAT ର ବିଶେଷଜ୍ଞ ଦଳ |ନନ୍ଦନକାନନ ର ବିଶେଷଜ୍ଞ ଦଳ , ବନ ବିଭାଗର ବରିଷ୍ଠ କର୍ମଚାରୀ ମାନେ ରହିଛନ୍ତି ଉପସ୍ଥିତ | ହାତୀଟି ଜଙ୍ଗଲରୁ ବାହାରିବା ପରେ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଛକି ରହିଛନ୍ତି ଟିମ୍ |

Comments are closed.