ନାବାଳିକାଙ୍କର ଆପତ୍ତିଜନକ ଫୋଟୋ ଭାଇରାଲ କରି ଶିକ୍ଷକ ଗିରଫ
ରଣପୁର(ଚିରଞ୍ଜିବି ଦାଶ) : ଦୁଇଜଣ ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଜଣେ ଶିକ୍ଷକକୁ ଗିରଫ କରିଛି ରଣପୁର ପୋଲିସ l ସୂଚନା ଅନୁସାରେ ନୟାଗଡ ଜ଼ିଲ୍ଲା ନନ୍ଦୀଘର ଗ୍ରାମର ରାଜେଶ ବେହେରା ରଣପୁର ଥାନା ଅନ୍ତର୍ଗତ ସୁନାଖଳାରେ ରହି ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ଟିୟୁସନ କରିବା ସହ ଏକ ଘରୋଇ ସ୍କୁଲ ରେ ଶିକ୍ଷକତା କରୁଥିଲେ l ସେ ସମୟରେ କେତେଜଣ ଛାତ୍ରୀଙ୍କ ସହ ସମ୍ପର୍କ ରଖି ଅସଦାଚରଣ କରିଥିଲେ l ପରବର୍ତୀ ସମୟରେ ରାଜେଶ ସୁନାଖଳାରୁ ଯାଇ ଓଡଗାଁରେ ଶିକ୍ଷକତା କରିବା ବେଳେ ପୁଣି ସେହି ଛାତ୍ରୀ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ୍ୟ କରିଥିଲେ l ଛାତ୍ରୀ ମାନେ ଏହାକୁ ପ୍ରତିବାଦ କରିବାରୁ ଛାତ୍ରୀ ମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫୋଟୋ ଭାଇରାଲ କରିଥିଲା l ଏହାପରେ 2ଜଣ ଛାତ୍ରୀ ଏବଂ ତାଙ୍କ ପରିବାର ଲୋକ ରଣପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ 179/22 ଓ 182/22 ରେ ମାମଲା ରୁଜୁ କରି ଶିକ୍ଷକକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି l
Comments are closed.