ନାବାଳକକୁ ଏକ୍ସପାଏରୀ ଇଞ୍ଜେକ୍ସନ ଘଟଣାରେ ଘରୋଇ କ୍ଲିନିକ ଉପରେ ଡ୍ରଗ ସ୍କ୍ୱାଡ଼ ର ଚଢ଼ାଉ
ରଣପୁର(ଚିରଞ୍ଜିବି ଦାଶ) : ନାବାଳକକୁ ଏକ୍ସପାଏରୀ ଇଞ୍ଜେକ୍ସନ ଘଟଣାରେ ନୟାଗଡ ଜ଼ିଲ୍ଲା ଚାନ୍ଦପୁର ଠାରେ ଥିବା ରାମଚଣ୍ଡୀ ଘରୋଇ କ୍ଲିନିକ ଉପରେ ନୟାଗଡ ଡ୍ରଗ ସ୍କ୍ୱାର୍ଡ ର ଚଢ଼ାଉ l ନୟାଗଡ ଡ୍ରଗ ଇନ୍ସପେକ୍ଟର ପ୍ରିୟଙ୍କା ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଏକ ଟିମ ଘରୋଇ କ୍ଲିନିକର କାଗଜ ପତ୍ର ଯାଞ୍ଚ କରିବା ସହ ମେଡିସିନ ଗୁଡିକୁ ତନଖି କରିଥିଲେ l ତନଖି ପରେ ସମ୍ପୃକ୍ତ ଘରୋଇ କ୍ଲିନିକ ଔଷଧ ବିକ୍ରି କରିବା ପାଇଁ ଲାଇସେନ୍ସ ପାଇନଥିବା ଘଟଣା ସାମ୍ନାକୁ ଆସିଥିଲା l ଏହାପରେ ରାମଚଣ୍ଡୀ ଘରୋଇ କ୍ଲିନିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ୍ରଗ ଇନ୍ସପେକ୍ଟର ପ୍ରିୟଙ୍କା ଚକ୍ରବର୍ତ୍ତୀ କହିଛନ୍ତି l ସେପଟେ ଶିଶୁର ପରିବାର ଲୋକେ ରାମ ଚଣ୍ଡୀ ଘରୋଇ କ୍ଲିନିକ ବିରୁଦ୍ଧରେ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | 
Comments are closed.