ବିଜେପି ରେଞ୍ଜ ନରସିଂହପୁରରେ ହାତୀ ଆତଙ୍କ , ହାତୀ ଆକ୍ରମଣରେ ୨ ଆହତ ୧ ଗୁରୁତର
କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : କେନ୍ଦୁଝର ଜିଲ୍ଲା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ନରସିଂପୁର ସଂସାରଡ଼ିହି ସାହିରେ ହାତୀ ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।ସୁଚନା ଅନୁଯାୟୀ କାଦକଳା,ନରସିଂପୁର, ସୁଣ୍ଡୁରା ଆଦି ଅଞ୍ଚଳରେ ୧୨ ଟିକିଆ ହାତୀ ପଲ ଘୁରିବୁଲୁଛନ୍ତି ଦିନ ବେଳେ ଖଣ୍ଡାଧାର ଜଂଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣ ରେ ଗାଁ ମୁହାଁ ହେଉଛନ୍ତି ।ପ୍ରତିଦିନ ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କରୁଛନ୍ତି।ଗତ କାଲି ବିଳମ୍ବିତ ରାତିରେ ୧୨ ଟିକିଆ ହାତୀପଲ ନରସିଂପୁର ଗାଁ ର ସଂସାରଡ଼ିହି ସାହି ରେ ପଶି ଘର ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ହାତୀ ପଲକୁ ଘଉଡେଇବା କୁ ଚେଷ୍ଟା କରୁଥିବା ବେଳେ ହାତୀ ଆକ୍ରମଣ ର ଶିକାର ହୋଇଥିଲେ। ହାତୀ ପଲ ଗ୍ରାମର କାଣ୍ଡେ ମୁଣ୍ଡା,ବାଦଲ ମୁଣ୍ଡା,ସୁରେଶ ମୁଣ୍ଡା ଙ୍କୁ ଶୁଣ୍ଢ ରେ ଟେକି କଚାଡି ଦେଇଥିଲେ ।ହାତୀ ଆକ୍ରମଣରେ ସୁରେଶ ମୁଣ୍ଡା,କାଣ୍ଡେ ମୁଣ୍ଡା ଆହତ ହୋଇଥିବା ବେଳେ ବାଦଲ ମୁଣ୍ଡା ଗୁରୁତର ହୋଇଥିବା ଜଣାପଡିଛି। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀ ଙ୍କୁ ଘଉଡେଇଵା ସହ ଆହତ ଓ ଗୁରୁତର ଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଛି ।ଗୁରୁତର ବାଦଲ ମୁଣ୍ଡା ଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି।ବନବିଭାଗ ହାତୀ ପଲଙ୍କୁ ଘଉଡେଇବା ସହ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗେଇ ଦେବାକୁ ସାଧାରଣରେ ଦାବି ହେଉଛି ।
Comments are closed.