ଗାତେରୀ ପଞ୍ଚାୟତରେ ୭୩ ତମ ବନ ମହୋତ୍ସବ ପାଳିତ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରୀ ପଞ୍ଚାୟତରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ବିଡ଼ିଓ ପ୍ରମୋଦ କୁମାର ନାୟକ,ତହସିଲଦାର ପ୍ରଳୟା ନନ୍ଦ ଶତପଥୀ, ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ, ସେବା ସମବାୟ ବ୍ୟାଙ୍କ ମ୍ୟାନେଜର ସରୋଜ ସାହାଣୀ, ସରପଞ୍ଚ ସସ୍ମିତା ସାହାଣୀ,ସମିତି ସଭ୍ୟା ହରିପ୍ରିୟା ଦାସ ,ନାଏବ ସରପଞ୍ଚ ପ୍ରଶାନ୍ତ ଗନ୍ତାୟତ ଏବଂ ଗାତେରୀ ୟୁଥ୍ କ୍ଲବର ସମସ୍ତ ସଦସ୍ୟ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଗାତେରୀ ଗେଟ୍ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଥିଲା।ସରପଞ୍ଚ ସସ୍ମିତା ସାହାଣୀଙ୍କ ପ୍ରଚେଷ୍ଟା ଯୋଗୁଁ ଗାତେରୀ ପଞ୍ଚାୟତରେ ପ୍ରତ୍ୟେକ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହେଉଥିବାରୁ ଜନ ସାଧାରଣ ପ୍ରଶଂସା କରିଛନ୍ତି।

Comments are closed.