ଶିଶୁର ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ

ମାଲକାନଗିରି(ଅପୂର୍ଵ ଥଣ୍ଡର) : ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ ପି ଭି ୮୩ ଗ୍ରାମର ବିନୋଦ ପାଇକ ଓ ଶ୍ୟାମଳା ପାଇକର ଜୁଲାଇ ୨ ତାରିଖରେ ଏକ ଶିଶୁ ଜନ୍ମ ହୋଇଥିଲା । ତେବେ ସକାଳ ସମୟରେ ଶିଶୁ ପୁତ୍ରକୁ ହତ୍ୟା କରାଯିବା ସହ ଶିଶୁର ମୃତଦେହକୁ ପାଖ ଜଙ୍ଗଲରେ ପୋତି ଦେଇଥିବା କିଛି ଲୋକେ ସୂଚନା ପାଇଥିଲେ । ଏ ନେଇ ମୋଟୁ ଥାନାରେ ଲିଖିତ ରୂପେ ଏମ୍ ପି ଭି ୮୩ ଗ୍ରାମର ମାଧବୀ ସରକାର, ଶୁଶୁମା ଦାସ, ରବି ମଣ୍ଡଳ, ଶ୍ୟାମଳି ମଣ୍ଡଳ ପ୍ରମୁଖ ଏକ ଅଭିଯୋଗ କରିଛନ୍ତି l ମୋଟୁ ପୋଲିସ ଆସି ଘଟଣା ସ୍ଥଳରେ ପୋତା ଯାଇଥିବା ଶିଶୁର ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି l ତେବେ କେଉଁ କାରଣରୁ ଏଭଳି ଘଟିଛି ତାହା ସ୍ପଷ୍ଟ ହୋଇ ନଥିଲା ବେଳେ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Comments are closed.