ପୋଲିସ ପାଟ୍ରୋଲିଂ ବେଳେ ୬ ବାଇକ୍ ଜବତ,୨ ଗିରଫ

ରଣପୁର(ଚିରଞ୍ଜିବି ଦାଶ) : ନୟାଗଡ଼ ଜିଲ୍ଲା ରାଜସୁନାଖଳା ଅଞ୍ଚଳରେ ଦିନକୁ ଦିନ ବାଇକ୍ ଚୋରା ଚାଲାଣ ରାକେଟ୍ ସକ୍ରିୟ ଥିବା ବେଳେ ରାଜସୁନାଖଳା ଫାଣ୍ଡି ପୋଲିସକୁ ମିଳିଛି ବଡ଼ ସଫଳତା।ଆଜି ସକାଳ ସମୟରେ ବିନୋଦପଡା ଛକ ନିକଟରେ ରାଜସୁନାଖଳା ଫାଣ୍ଡି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଟିଭିଏସ୍ ଆପାଚି ବାଇକରେ ଆସୁଥିବା ଦୁଇଜଣ ଯୁବକଙ୍କର କାଗଜପତ୍ର ଯାଞ୍ଚ ସମୟରେ ଗାଡ଼ିର ଚେଚିସ ଓ ଇଞ୍ଜିନ ନମ୍ବର ମ୍ୟାଚ୍ ନହେବାରୁ ପୋଲିସ ଦୁଇଜଣ ଲୁଟେରାଙ୍କୁ ଅଟକ ରଖିବା ସହ ସେମାନେ ପୂର୍ବରୁ ଚୋରୀ କରିଥିବା ଅନ୍ୟ ପାଞ୍ଚଟି ବାଇକ୍ ମଧ୍ୟ ଜବତ କରିଛି। ଲୁଟେରା ମାନେ ହେଲେ କୁଳାସର ଗାଁର ତାପସ ରଞ୍ଜନ ଦାଶ ଓ ବେଗୁନିଆ ଥାନା ରାସଳୋ ଗାଁର ଅର୍ଜୁନ ବେହେରl l ତେବେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.