ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ OAS ଅଫିସର

ମୟୁରଭଞ୍ଜ(ବିଶ୍ୱଜିତ ମହାନ୍ତି) : ଜମି କିସମ ପରିବର୍ତ୍ତନ ନାଁରେ ୧୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରରୁଆଁ ତହସିଲଦାର। ରରୁଆଁ ବ୍ଲକ ଭଞ୍ଜିକିଆ ଗାଁର ଚକ୍ରଧର ମହାନ୍ତ ନାମକ ବ୍ୟକ୍ତିଙ୍କ ଠାରୁ ୪୦ ହଜାର ଟଙ୍କା ନେବା ପାଇଁ କଥାବାର୍ତ୍ତା ହେଇଥିଲେ । ପୂର୍ବରୁ ୨୫ହଜାର ଟଙ୍କା ନେଇ ସାରିଥିବା ବେଳେ ଆଜି ଆଉ ୧୫ହଜାର ଟଙ୍କା ଲାଞ୍ଚ ନେଉଥିଲେ ରରୁଆଁ ତହସିଲଦାର ସତ୍ୟସୁନ୍ଦର ରାଉତ। ରରୁଆ ଅମିନ କମଲ ପାତ୍ର ଜରିଆରେ ଟଙ୍କା ନେଉଥିଲେ ।

Comments are closed.