ଦଶପଲ୍ଲା ଏନ୍ ଏ ସି ରେ ବିଧାୟକଙ୍କ ମାରାଥନ୍ ପ୍ରଚାର
ଦଶପଲ୍ଲା( ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଥିବା ଦଶପଲ୍ଲା ,ନୂଆଗାଁ ଏବଂ ଗଣିଆ ବ୍ଲକ୍ ଦଖଲ କରିଛି ବିଜେଡ଼ି।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ,ଲୋକ ପ୍ରିୟତା ଏବଂ ଦଶପଲ୍ଲା ବିଧାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ପ୍ରଚେଷ୍ଟା ବଳରେ ତାହା ସମ୍ଭବ ହେଇଛି।ସେହିପରି ଦଶପଲ୍ଲା ଏନ୍ ଏ ସି ବିଜେଡ଼ି ଦଖଲ କରିବା ନେଇ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମାରାଥନ୍ ପ୍ରଚାର ଆରମ୍ଭ କରିଦେଇଛନ୍ତି।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ,ଏନ୍ ଏ ସି ଅଧ୍ୟକ୍ଷା ପ୍ରାର୍ଥୀନୀ ରୀନା ବେହେରାଙ୍କ ସହ ୧ ନଂ ୱାର୍ଡ କାଉନସିଲର ପ୍ରାର୍ଥୀ ସୁରେଶ କୁମାର ସିଂ,୨ ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ଜ୍ୟୋତ୍ସ୍ନା ରାଣୀ ସେଠୀ,୩ ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ରସ୍ମିପ୍ରୀୟା ଜେନା,୪ ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ସଂଯୁକ୍ତା ଦାସ୍ ଗୁପ୍ତା ଏବଂ ୫ ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ମଞ୍ଜୁଲତା ବେହେରାଙ୍କ ପାଇଁ ଦଶପଲ୍ଲା ବିଧାୟକ ମାରାଥନ୍ ପ୍ରଚାର କରିବା ସହ ଘର ଘର ବୁଲି ବିପୁଳ ଭୋଟ ଦେଇ କାଉନସିଲର ପ୍ରାର୍ଥୀ/ପ୍ରାର୍ଥୀନୀଙ୍କୁ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ।ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟ ବିଜେଡ଼ି ଦଖଲ କରିବା ନେଇ ଜନସାଧାରଣରେ ଚର୍ଚ୍ଚା ଚାଲିଛି।
Comments are closed.