ସାମାନ୍ୟ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ

ଲୋଇସିଂହା(ମହେଶ କର) : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ଼ ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।ଗୋଟିଏ ସାହି ର ଦୁଇ ପରିବାର ମଧ୍ୟରେ ସାମାନ୍ୟ କଥାକୁ ନେଇ କଳି ଝଗଡା ହୋଇଥିବା ବେଳେ ଗୋଷ୍ଠୀ ସଙ୍ଘର୍ଷ ର ରୂପ ନେଇଛି I ସୂଚନା ମୁତାବକ ସରଗାଡ ଗାଁ ର ଭୋଳାନାଥ କରନ୍ ଓ ଅଲେଖ ପ୍ରଧାନ ଙ୍କ ପରିବାର ମଧ୍ୟରେ ରାସ୍ତା ପାଖ ନାଳ ରେ ଭାତ ପକାଇବାକୁ ନେଇ ପାଟିତୁଣ୍ଡ ହୋଇଥିଲା l ପରେ ଏହି ଝଗଡ଼ା ଉଗ୍ର ରୂପ ନେଇଥିଲା l ଭୋଳାନାଥ ଙ୍କ ପୁଅ ଦିନମଣି ପଡୋଶୀ ଅଲେଖ ଙ୍କ ପୁଅ ଦିଲୀପ ଓ ପରିବାରର ଅନ୍ୟ ସଦସ୍ୟ ଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଥିଲା l ମାରପିଟ ରେ ଦୁଇ ଗୋଷ୍ଠୀ ର ସଦସ୍ୟ ମାନେ ଆହାତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼କାଲ କଲେଜ ଓ ହସ୍ପିଟାଲରେ ଭର୍ତି ହୋଇଛନ୍ତି l ଦୁଇ ପରିବାର ତରଫରୁ ବଲାଙ୍ଗିର ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି lଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି l

Comments are closed.