୨ଲୁଟେରା ଗିରଫ, ଲୁଟ ସାମଗ୍ରୀ ଜବତ
ଜଟଣୀ(ସଞ୍ଜୀବ କୁମାର) : ଜଟଣୀଥାନା ଅନ୍ତର୍ଗତ ପୃଥକ ପୃଥକ ୨ଜଣ ମହିଳାଙ୍କ ଘରୁ ଲୁଟ ହୋଇଥିବା ଅଭିଯୋଗରେ ଜଟଣୀ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କଠାରୁ ଲୁଟ ସାମଗ୍ରୀ ଜବତ କରିଥିବା ଥାନା ପକ୍ଷରୁ ସୁଚନା ମିଳିଛି । ଜଟଣୀ ଥାନା ଅନ୍ତର୍ଗତ ବଡତୋଟା ଗ୍ରାମର ଭାରତୀ ରାଉତରାୟଙ୍କ ଘରେ ଗତ ୨୩ ତାରିଖ ରାତିରେ କେହି ଜଣେ ଅଜଣା ବ୍ୟକ୍ତି ପଶି ଘରୁ ସୂନା ଚେନ ଓ ମୁଦି ଲୁଟି ନେଇଯାଇଥିବା ଅଭିଯୋଗ ହୋଇଥିଲା । ମାତ୍ର ପୁର୍ବେ ଗ୍ରାମର ଜଣେ ବ୍ୟକ୍ତି ଭାରତୀଙ୍କ ଘରୁ ବାରମ୍ବାର ଲୁଟ କରିଥିବାରୁ ଭାରତୀ ଉକ୍ତ ବ୍ୟକ୍ତିଙ୍କୁ ସନ୍ଦେହକରି ସେହି ବ୍ୟକ୍ତି ନାମରେ ଥାନାରେ ଜଣାଇଥିଲେ । ଅଭିଯୋଗକୁ ଭିତିକରି ପୁଲିସ ଏଥିରେ ସଂପୃକ୍ତ ବଡତୋଟା ଗ୍ରାମର ସୁକାନ୍ତ ଦାସ ଆଲିଆସ ଗଦାଧର ଦାସକୁ ଗିରଫ କରି ତାଠାରୁ ଚୋରି ସୂନା ମୁଦି ଓ ଚେନ ଜବତ କରିଛି । ସେହିପରି ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଗ୍ରାମର ପ୍ରିୟଦର୍ଶିନୀ ପାହାଡା ସିଂହଙ୍କ ସପରିବାର ଗତ ୨୬ ତାରିଖ ରାତିରେ ଏକ ଭୋଜିରେ ଯୋଗ ଦେବା ଲାଗି ଭୂବନେଶ୍ୱର ଯାଇଥିଲେ । ତେଣୁ ଏହାର ସୁଯୋଗ ନେଇ କେହି ଜଣେ ବ୍ୟକ୍ତି ତାଙ୍କ ଘରୁ ଏକ ବାକ୍ସକୁ ଚୋରି କରି ନେଇ ଯାଇଥିଲା | ଏହି ବାକ୍ସରେ ନଗଦ ୪୦,୦୦୦ ଟଙ୍କା, ଜରୁରି କାଗଜପତ୍ର ଏବଂ ସୂନାଗହଣା ରହିଥିଲା । ଏନେଇ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ଏଥିରେ ସଂପୃକ୍ତ ଖୁଦୁପୁର ଗ୍ରାମର ବବି ଆଲିଆସ ବିଶ୍ୱଜିତ ବେହେରାକୁ ଗିରଫ କରାଯାଇଛି । ଅଭିଯୁକ୍ତ ଠାରୁ ପୁଲିସ ୧୭.୫୨୦ ଗ୍ରାମର ସୂନା ହାର, ସୂନା ମୁଦି,ସୂନା ଲକେଟ, ସୂନା ଶଙ୍ଖା, ୩ ହଳ କାନଫୁଲ ଓ ନଗଦ ୨୩,୦୦୦ ଟଙ୍କା ଜବତ କରିଛି । ଏନେଇ ଉଭୟ ୨ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଟଣୀଥାନା ଆଇଆଇସି ଦୟାନିଧୀ ନାୟକ କହିଛନ୍ତି ।
Comments are closed.