ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ ଶିକ୍ଷକ ,ଶିକ୍ଷୟତ୍ରୀ ଙ୍କୁ ନେଇ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ପ୍ରଶିକ୍ଷଣ ଶିବିର ରେ ୩୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା । ଆର୍ ପି ଭାବେ ମହିପୁର ସି ଏଚ୍ଚ ସି ସ୍ବାସ୍ଥ୍ୟକର୍ମୀ ରଘୁନାଥ ନାୟକ,ନୂଆଗାଁ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ବିଭୂତି ଭୂଷଣ ସାହୁ, କିଶୋର ବାଳକ ବାଳିକା ଙ୍କ ହେଉଥିବା ଶାରୀରିକ ପରିବର୍ତ୍ତନ ଉପରେ ସେମାନଙ୍କୁ କିପରି ସଚେତନ କରିହେବ ଏବଂ ଉତ୍ତମ ସ୍ବାସ୍ଥ୍ୟ ଗଠନ ଉପରେ ଶିକ୍ଷକ ,ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ଯୋଗଦେଇ ଉତ୍ତମ ସ୍ବାସ୍ଥ୍ୟ ଗଠନ ଉପରେ ବର୍ଣ୍ଣନା କରିବା ସହ ପ୍ରଶିକ୍ଷଣ ନେଉଥିବା ଶିକ୍ଷକ ,ଶିକ୍ଷୟତ୍ରୀ ମାନଙ୍କୁ ସାର୍ଟି ଫିକେଟ୍ ପ୍ରଦାନ କରିଥିଲେ।
Comments are closed.