ନୂଆଗାଁରୁ ପୁରୀକୁ ଚାଲିବା ଟ୍ରେନ, ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ରଥଯାତ୍ରା ପାଇଁ ନୟାଗଡ ଜିଲ୍ଲା ନୂଆଗାଁ ଷ୍ଟେସନରୁ ପୁରୀକୁ ଜୁନ୍ ୩୦ ରୁ ଚାଲିବ ଟ୍ରେନ୍। ଜୁନ୍ ୩୦ ରେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ରେଳମନ୍ତ୍ରୀ ସ୍ଵତନ୍ତ୍ର ଟ୍ରେନରେ ନୂଆଗାଁ ଷ୍ଟେସନ ରେ ଆସି ଦିନ ୩ ଟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।ଉଦ୍ଘାଟନ କରି ନୂଆଗାଁ ଷ୍ଟେସନ ରୁ ଦିନ ୪ ଟା ରେ ଫେରିଯିବାର କାର୍ଯ୍ୟକ୍ରମ ରହିଛି।ନୂଆଗାଁ ରୁ ପୁରୀ ଟ୍ରେନ ଚାଲିବା ନେଇ ଖବର ପ୍ରକାଶିତ ପରେ ଜନସାଧାରଣ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
Comments are closed.