ଶିକ୍ଷା ବିଭାଗ ଦ୍ଵାରା ବିଦାୟକାଳୀନ ସଭା ଅନୁଷ୍ଠିତ
ରଣପୁର(ଚିରଞ୍ଜିବି ଦାଶ) : ଆଜି ନୟାଗଡ ଜ଼ିଲ୍ଲା ରଣପୁର ମଣ୍ଡଳ ଶିକ୍ଷାବିଭାଗ ଦ୍ଵାରା ରାଜସୁନାଖଳା ସ୍ଥିତି ଜ଼ିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଗୃହରେ ଡ଼ଃ ସୁବାଷ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକର 4ଜଣ ଶିକ୍ଷକ ପ୍ରଶିକ୍ଷକ ଏବଂ ଜଣେ ଶିକ୍ଷକ ପ୍ରଶିକ୍ଷିକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା | ଏହି ବିଦାୟୀ ସଭାରେ ଜ଼ିଲ୍ଲାର ବିଭିନ୍ନ ଶିକ୍ଷକ ପ୍ରଶିକ୍ଷକ, ପ୍ରଶିକ୍ଷୀକା, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବିଦାୟୀ ପ୍ରଶିକ୍ଷକଙ୍କ ଉଦେଶ୍ୟରେ ସ୍ମୃତି ମନ୍ଥନ କରିଥିଲେ |
Comments are closed.