ବଜ୍ରାଘାତରେ 3 ଗୋରୁ ମୃତ
ରଣପୁର(ଚିରଞ୍ଜିବି ଦାଶ) : ବଜ୍ରାଘାତରେ 3ଗୋରୁ ମୃତ l ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଶଙ୍ଖମୂଳ ଗ୍ରାମରେ l ଆଜି ମଧ୍ୟାହ୍ନରେ କାଳବୈଶାଖୀର ତାଣ୍ଡବରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ମାରିଥିଲା l ଫଳରେ ଶଙ୍ଖମୂଳ ଗାଁର ମେରୁଦାଶ ଏବଂ ଯଦୁଜେନା ଙ୍କର 3ଟି ଗାଈ ବିଲରେ ଚରୁଥିବା ବେଳେ ବଜ୍ରାଘାତ ହୋଇଥିଲା, ଫଳରେ ଘଟଣା ସ୍ଥଳରେ ଗାଈ ମାନଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଈ ମାଲିକଙ୍କୁ କ୍ଷତିପୂରଣ ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହୋଇଛି l
Comments are closed.