ଜୀବିକା ମିଶନ ତରଫରୁ କର୍ମଶାଳା ଅନୁଷ୍ଠିତ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ଓଡ଼ିଶା ଜୀବିକା ମିଶନ , ସିଙ୍ଗାର ପଲ୍ଲୀ ଗ୍ରାମ ପଞ୍ଚାୟତ ତରଫରୁ ମା ପେଟେଇ ଚଣ୍ଡୀ ପୀଠ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ସିଙ୍ଗାର ପଲ୍ଲୀ ସରପଞ୍ଚ ଗାୟତ୍ରୀ ବେହେରା ଯୋଗଦେଇ ମହିଳା ମାନଙ୍କ ସାମଗ୍ରିକ ବିକାଶ ଦିଗରେ ଜୀବିକା ମିଶନର ଉପାଦେୟତା ସମ୍ପର୍କରେ ବର୍ଣ୍ଣନା କରିଥିଲେ ତତ୍ ସହିତ କର୍ମଶାଳାର ସଫଳ ଆୟୋଜନ ପାଇଁ ଦକ୍ଷ ନଥିପତ୍ର ପରିଚାଳିକା (ଏମ୍.ବି.କେ)ଏବଂ ସମସ୍ତ ଗୋଷ୍ଠୀ ସହାୟିକା (ସି ଆର୍ ପି) ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ।ଏହି କର୍ମଶାଳା ରେ ଏମ୍ ବି କେ,ସି ଆର୍ ପି ଏବଂ ବିଭିନ୍ନ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଯୋଗ ଦେଇଥିଲେ ।

Comments are closed.