ବନ ବିଭାଗ ପକ୍ଷରୁ ଚଢ଼ାଉ
ଟାଙ୍ଗୀ(ରାକେଶ କୁମାର ଜଗଦେବ) : ନୂଆ ଗାଁ ଗ୍ରାମର 60 ବର୍ଷୀୟ ଝରି ଶ୍ରୀଚନ୍ଦନଙ୍କ ଘରେ ଗତକାଲି ଜଙ୍ଗଲି ମାଂସ ରୋଷେଇ ହୋଇଥିଲା ତେବେ ଏ ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଟାଙ୍ଗୀ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା | ବନ କର୍ମଚାରୀ ମାନେ ଚଢାଉ କରୁଥିବା ଘର ଲୋକେ ଖବର ପାଇବା ପରେ ରନ୍ଧା ମାଂସକୁ ଫିଙ୍ଗି ଦେଇଥିଲେ ନିକଟସ୍ଥ ପୋଚା ନାଳକୁ | ତେବେ ଆପ୍ରାଣ ଉଦ୍ୟମ କରି ରନ୍ଧା ଯାଇଥିବା କଡେଇରୁ ବଳକା ମାଂସକୁ ଜବତ କଲା ଟାଙ୍ଗୀ ବନ ବିଭାଗ | ଚଢାଉ କରି ଘରର ମୁଖିଆ କୁ ଗିରଫ କରିଛି ବନ ବିଭାଗ | ଗିରଫ ଅଭିଯୁକ୍ତର ନାମ ଝରି ଶ୍ରୀଚନ୍ଦନ ବୟସ ୬୦ ବର୍ଷ | ଟାଙ୍ଗୀ ଫରେଷ୍ଟର ଗୋଲାପ ସେଠୀ ,ଭୁଷଣ୍ଡ ପୁର ଫରେଷ୍ଟର ରାଜେଶ କୁମାର ପଣ୍ଡା ,ଗାର୍ଡ ପ୍ରଦୀପ କୁମାର ସାହୁ , ଦେବେନ୍ଦ୍ର କୁମାର ବେହେରାଙ୍କ ସମେତ ୨୦ ରୁ ଅଧିକ ବନ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ |
Comments are closed.