ମୃତ ବାରହା ସହ ୨ ମୋପେଡ ଗାଡି ଜବତ
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ଼ାଝୋଲା ବନବିଭାଗ ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ଓଡ଼ଗାଁ ଥାନା ଅଧିନ ମକରାପଲି-ଓଡ଼କପା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଏକ ମୃତ ବାରହାକୁ ଦୁବୃତ୍ତ ମାନେ ଗାଡି ଯୋଗେ ନେବାପାଇଁ ଉଦ୍ୟତ ହେଉଥିବା ବେଳେ ବାହାଡ଼ାଝୋଲା ବନପାଳ ସନାତନ ସ୍ବାଇଁଙ୍କ ସହିତ ବନକର୍ମଚାରୀ ସେଠାରେ ପହଞ୍ଚିଥିଲେ।ତେବେ ବନବିଭାଗକୁ ଦେଖି ଅନ୍ଧାର ରାତିରେ ମୃତ ବାରାହା ଓ ଦୁଇଟି ବ୍ୟବହୃତ ଟିଭିଏସ ଏକ୍ସଏଲ ଗାଡିକୁ ଛାଡି ଦୁବୃତ୍ତମାନେ ଫେରାର ହୋଇଯାଇଥିଲେ।ବନ କର୍ମଚାରୀ ମାନେ ଘଟଣା ସ୍ଥଳରୁ ମୃତ ବାରାହା ସହିତ ବ୍ୟବହୃତ ଓଡ଼ି ୨୫ କେ ୦୧୮୯ ଓ ଓଡ଼ି ୨୫ ଇ ୪୦୧୮ ନଂ ଦୁଇ ଗାଡିକୁ ଜବତ କରିଥିଲେ।ବନପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସହଯୋଗରେ ମୃତ ବାରହାକୁ ବ୍ୟବଛେଦ କରାଯାଇ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିବା ବେଳେ ମୃତ ବାରହାକୁ ଗୁଳିଦ୍ୱାରା ମରାଯାଇଥିବା ବନପାଳ ସନାତନ ସ୍ବାଇଁ କହିଛନ୍ତି।
Comments are closed.