ବାଘ ଗଣନା ବେଳେ ଅଘଟଣ, ଭାଲୁ ଆକ୍ରମଣରେ ଦୁଇ ବନ କର୍ମଚାରୀ ଆହତ

ମୟୁରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ବେଳେ ଅଘଟଣ । ଭାଲୁ ଆକ୍ରମଣରେ ୨ ଜଣ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ କର୍ମଚାରୀଙ୍କୁ ଯଶୀପୁର ମେଡ଼ିକାଲରେ ଚିକିତ୍ସା ପରେ ନିଜ ଘରକୁ ପଠାଇ ଦିଆଯାଇଛି ।ସୂଚନାଯୋଗ୍ୟ ଯେ, ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ସମୟରେ ୨ ବନ କର୍ମଚାରୀ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ଚହଲା ରେଞ୍ଜ ତାମଳବନ୍ଧା କୋର ବିଟ୍‌ରେ ଘଟିଛି ଏଭଳି ଅଘଟଣ । ଗୁରୁତର ଦୁଇ କର୍ମଚାରୀଙ୍କୁ ଯଶୀପୁର ମେଡ଼ିକାଲରେ ଚିକିତ୍ସା ପରେ ନିଜ ଘରକୁ ପଠାଇ ଦିଆଯାଇଛି । ଏହାସହ ୧୦ ହଜାର ଟଙ୍କା ସହାୟତା ମଧ୍ୟ ଯୋଗାଇ ଦେଇଛି ବନ ବିଭାଗ । ଗୁରୁତର ୨ ବନ କର୍ମଚାରୀ ହେଉଛନ୍ତି ଚତୁର୍ଭୁଜ ସରେନ ଓ ରାଉଣ୍ଟେ ମାଝି । ମଙ୍ଗଳବାର ସନ୍ଧ୍ୟାରେ ଘଟଣା ଘଟିଥିବା ନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ସହକାରୀ ବନ୍ୟ ସଂରକ୍ଷକ ପ୍ରଦୀପ ଦେ ।

Comments are closed.