କୂଅରେ ପଡି ଶିଶୁକନ୍ୟା ର ମୃତ୍ୟୁ
କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : ଖେଳୁଥିବା ସମୟରେ ଘର ପଛ ପଟେ ଥିବା ଏକ କୂଅ ରେ ପଡି ତିନି ବର୍ଷିଆ ନାବାଳିକା ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି | ଚମ୍ପୁଆ ବ୍ଲକ ଟୁଣୁ ଟୁଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ତାଙ୍କ ସ୍ତ୍ରୀ ବିଲକୁ କାମ କରିବାକୁ ଯାଇଥିବା ବେଳେ ଦାଦା ବୁଢୀମା ଙ୍କ ସହିତ ରହିଯାଇଥିଲେ ତିନି ବର୍ଷିଆ ଝିଅ ତେବେ ଘରେ ଦାଦା ଓ ବୁଢୀମା କାର୍ଯ୍ୟ ବ୍ୟସ୍ତ ଥିବା ବେଳେ ଝିଅ ଟି ଖେଳୁ ଖେଳୁ ହଠାତ୍ ଘର ପଛ ପଟେ ଥିବା ଏକ କୂଅ ରେ ପଡି ଯାଇଥିଲେ ତେବେ ବହୁ ସମୟ ଧରି ତାକୁ ଖୋଜା ଖୋଜି କରିବା ପରେ ନପାଇ ଚମ୍ପୁଆ ଅଗ୍ନିସମ ବିଭାଗ କୁ ଖବର ଦେଇଥିଲେ ଘଟଣା ସ୍ଥଳରେ ଅଗ୍ନିସମ ବିଭାଗ ତୁରନ୍ତ ପହଞ୍ଚି ବାଡ଼ି ପଛ ପଟେ ଥିବା କୂଅ ର ପାଣି କୁ ଶୁଖାଇବା ପରେ ଝିଅ ର ମୃତ ଦେହ ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ମୃତ ଦେହ କୁ ଉଦ୍ଧାର କରିଥିବା ଜଣାପଡିଛି |
Comments are closed.