ଆବାସିକ ହଷ୍ଟେଲର 40 ଛାତ୍ରୀ ଅସୁସ୍ଥ ମେଡିକାଲରେ ଭର୍ତ୍ତି
କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ନିବାସ ର 40 ଛାତ୍ରୀ ଅସୁସ୍ଥ ହେବାରୁ ତେଲକୋଇ ମେଡିକାଲ ରେ ଭର୍ତି କରାଯାଇଛି | ଗତକାଲି ସଂନ୍ଧ୍ୟା ବେଳେ କିଛି ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ ପରେ ପରେ ପ୍ରାୟ 40 ଛାତ୍ରୀ ଅସୁସ୍ଥ ହେବାରୁ ତାଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି | ଛାତ୍ରୀ ଙ୍କ କହିବା ଆନୁଯାଇ ସଂନ୍ଧ୍ୟା ବେଳେ ସୁଜି ଖାଇଥିଲେ, ପରେ କିଛି ଙ୍କୁ ମୁଣ୍ଡ ବୁଲାଇବା ସହିତ ଝାଡା ବାନ୍ତି ହୋଇଥିଲା ପରେ ପରେ ପ୍ରାୟ 40 ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ, ସ୍କୁଲ କତୃପକ୍ଷ ସଙ୍ଗେ ସଙ୍ଗେ ମେଡିକାଲ ଆଣିଥିଲେ | ତେବେ ଯେଉଁମାନେ ସୁଜି ଖାଈନଥିଲେ ସେମାନେ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ | ହଷ୍ଟେଲ ରେ 100 ଛାତ୍ରୀ ରହୁଥିବା ବେଳେ 40 ଛାତ୍ରୀ ଅସୁସ୍ଥ ହୋଇଥିଲେ | ତେବେ ଖାଦ୍ୟ କିମ୍ବା ପାଣି ଯୋଗୁଁ ଏପରି ହୋଇଥାଇପାରେ ବୋଲି ଜଣେ ଶିକ୍ଷକ ପ୍ରକାଶ କରିଛନ୍ତି | ବର୍ତ୍ତମାନ ଛାତ୍ରୀ ମାନଙ୍କ ଚିକିତ୍ସା ଚାଲିଛି ଓ ସେମାନଙ୍କ ଅବସ୍ଥା ସ୍ଥିର ରହିଛି |
Comments are closed.