କଫ୍ ସିରପ ସହ ବ୍ରାଉନ୍ ସୁଗାର ଜବତ,୫ଗିରଫ
ତାଳଚେର(ସୁନୀଲ ପାଣି) : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ପୋଲିସ ସୋମବାର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ କରିବା ସହିତ ଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି ଓ ବ୍ରାଉନ ସୁଗାର ଜବତ କରିବା ସମଲ ପୋଲିସ କୁ ବଡ଼ ସଫଳତା ମିଳିଛି।କଫ୍ ସିରପ୍ ଜବତ ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ବ୍ରାଉନ୍ ସୁଗାର ଜବତ ଘଟଣାରେ ୩ଜଣ କୁ ଗିରଫ କରିଛି । ବେଆଇନ୍ କଫ୍ ସିରପ୍ ବିକ୍ରି କରୁଥିବା ଅଭିଯୁକ୍ତ ସମଲ ଗ୍ରାମର ଡାକ୍ତର ନାଏକ(୪୦) ଓ ବିଲିଣ୍ଡା ଗ୍ରାମର କାଳୁ ଓରଫ୍ ଧର୍ମୁ ବେହେରା(୩୨) ।ସେମାନଙ୍କ ଠାରୁ ୮୯ ବୋତଲ କଫ ସିରଫ୍ ଜବତ କରାଯାଇଛି । ତେବେ ପୂର୍ବରୁ ଅଭିଯୁକ୍ତ ଡାକ୍ତର ଏହି ବେଆଇନ୍ କଫ ସିରପ୍ ବିକ୍ରିରେ ଜେଲ୍ ଯାଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ । ସେହିପରି ୫.୨୪୦ମିଲି ଗ୍ରାମ ବ୍ରାଉନ୍ ସୁଗାର ଜବତ ଘଟଣାରେ ୩ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ।ସେମାନେ ହେଲେ ପରାବିଲ୍ ଗ୍ରାମର ଦେବାନନ୍ଦ ଦେହୁରୀ(୩୨), ସିପୁର ଗ୍ରାମର ଗୀରିଶ ଚନ୍ଦ୍ର ସାମଲ(୩୫) ଓ ସମଲ ଗ୍ରାମର ରଂଜନ କୁମାର ବେହେରା(୨୬)। ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ ବେଳେ ପୁଲିସ୍ ଜବତ କରିଥିବା ପୁଲିସ୍ ପ୍ରକାଶ କରିଛି।ଅଭିଯୁକ୍ତ ଧର୍ମୁ ଠାରୁ କଫ ସିରପ୍ ଡାକ୍ତର ଆଣୁଥିବା ବେଳେ ରାସ୍ତାରେ ପୁଲିସ୍ ୮୯ବୋତଲ୍ ଜବତ କରିଥିଲା । ସେହିପରି ଅଭିଯୁକ୍ତ ଦେବାନନ୍ଦ ଠାରୁ ଗୀରିଶ ଓ ରଂଜନ ଆଣୁଥିଲେ ଓ ପରେ ପ୍ୟାକେଟ୍ କରି ଅଭିଯୁକ୍ତମାନେ ବିକ୍ରି କରୁଥିଲେ ବୋଲି ଥାନା ସୂତ୍ରରୁ କୁହାଯାଇଛି । ରାତି ୮ବେଳେ ୫ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିଲା । ମାଜଷ୍ଟ୍ରେଟ୍ ଭାବରେ କଣିହାଁ ଅତିରିକ୍ତ ତହସିଲଦାର ଅଶୋକ କୁମାର ଦେହୁରୀ ପୋଲିସ୍ ଉପସ୍ଥିତିରେ ଅଭିଯୁକ୍ତଙ୍କ ବୟାନ୍ ରେକର୍ଡ କରିଥିଲେ।ସମଲ ପୋଲିସର ଏହିପରି କାର୍ଯ୍ୟକୁ ଜନସାଧାରଣ ଧନ୍ୟବାଦ ଜଣାଇଛନ୍ତି।
Comments are closed.