ନାବାଳିକାକୁ ଅପହରଣ ପରେ ହାତଗୋଡ଼ ବାନ୍ଧି ନାଳରେ ଫିଙ୍ଗିଦେଲେ ଦୁର୍ବୁତ୍ତ

ବଲାଙ୍ଗୀର(ଫିରୋଜ କୁମାର ସାହୁ) : ଦିନକୁ ଦିନ ଘଟିଚାଲିଛି ଅପରାଧ, ଅପହରଣ, ସେକ୍ସ, ଧୋକା, ହତ୍ୟାକାଣ୍ଡ ।
ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ଗାଇସିଲେଟ ବ୍ଳକର ଫିରିଙ୍ଗିମାଲ ଗ୍ରାମରେ । ଗତକାଲି ଦିନ ଦ୍ବିପ୍ରହରରେ ଉକ୍ତ ଗ୍ରାମର ବିନୋଦ ବିହାରୀ ସେଠଙ୍କ ଝିଅ ତାଙ୍କ ସମ୍ପକୀୟ ଆଉଜଣେ ଝିଅଙ୍କ ସହିତ ଦୋକାନକୁ କିଣାକିଣି ପାଇଁ ଯାଇଥିଲେ । ସେଠାରୁ ଦୁଇ ଜଣ ଯୁବକ ପିଡିତାକୁ ହାତ ଟାଣିକରି କେଉଁ ଆଡକୁ ନେଇଯାଇଥିଲେ । ତାପରେ ଘର ଲୋକେ ବିଭିନ୍ନ ପ୍ରକାରରେ ଖୋଜିବାକୁ ଚେଷ୍ଟା କରି ବିଫଳ ହେଲା ପରେ ସ୍ଥାନୀୟ ଗାଇସିଲେଟ ଥାନାଧିକାରିଙ୍କୁ ଲେଖିକରି ଜଣାଇଥିଲେ । ପୋଲିସର ତଦନ୍ତ ପରେ ମୁକେଶ ବରିହା, ଚନ୍ଦନ ବରିହା, ପପୁ ଓ ଛିନୁକୁ ସନ୍ଦେହ ଘରରେ ଥାନାରେ ଅଟକ ରଖି ପଚରା ଉଚରା ଚାଲିଛି । ଏପଟେ କୌଣସି ପ୍ରକାରେ ଖବର ପାଇ ଗାଇସିଲେଟ ପୋଲିସ ମଇଦାନମୁଣ୍ଡା ଗ୍ରାମର ଏକ ପରିତ୍ୟକ୍ତ ନାଳ ପାଖରୁ ଗୋଡହାତ ବନ୍ଧା ହୋଇ ଚେତାଶୁନ୍ୟ ଅବସ୍ଥାରେ ପିଡିତାକୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏଠାରେ ପିଡିତାର ହାତଗୋଡ଼ରେ ବିଭିନ୍ନ ପ୍ରକାରର ଚିନ୍ହ ଦେଖିବାକୁ ମିଳିଥିଲା ଓ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଚିକିତ୍ସା ଆରମ୍ଭ କରିଦେଇଛନ୍ତି । ପିଡିତାର ଚେତା ଫେରିଲା ପରେ ଅଧିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ଉଚିତ ଦଣ୍ଡ ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅପରପକ୍ଷରେ ପିଡିତାଙ୍କ ବାପା ବିନୋଦ ସେଠଙ୍କ କହିବା ଅନୁସାରେ ଗତ ପଞ୍ଚାୟତ ନିର୍ବାଚନରେ କୌଣସି କାରଣ କୁ ନେଇ ଗାଁ ଲୋକେ 18ଟି ପରିବାରକୁ ବାସନ୍ଦ କରିଛନ୍ତି । ଗାଁର ସମସ୍ତ ପ୍ରକାରର ସୁବିଧା ସୁଯୋଗରୁ ବଞ୍ଚିତ କରୁଛନ୍ତି । ତେଣୁ କରି ଏହି ଘଟଣା ଘଟିଥିବ ବୋଲି କହୁଛନ୍ତି ।

Comments are closed.