ସ୍ବର୍ଣ୍ଣ ଚାରି ଟେବୁଲ ଟ୍ରଷ୍ଟ ଦ୍ୱାରା ପ୍ରତିଭା ସମ୍ମାନ ସମାରୋହ
ଆଠଗଡ(ସନ୍ତୋଷ ବଳବନ୍ତରାୟ) : ନରସିଂହପୁର ସ୍ଥାନୀୟ ସିଆରିଆ ସ୍ଥିତ ଅରକ୍ଷିତ ଚୌଧୁରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ସ୍ବର୍ଣ୍ଣ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା କଳାକାର ଏବଂ ବିଭିନ୍ନ ବିଦ୍ୟାଳୟ ସ୍ତରୀୟ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା।ଏହି ସମାରୋହ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଘାଟକ ଥିଲେ ଶ୍ରୀଯୁକ୍ତ ପ୍ରଭାକର ମିଶ୍ର । ମୁଖ୍ୟ ଅତିଥି ରୂପେ ନରସିଂହପୁର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ କୁଳମଣି ବାରିକ ଯୋଗ ଦେଇଥିବା ବେଳେ ଗ୍ରାମାଞ୍ଚଳ ରେ ଲୁଚି ରହିଥିବା ପ୍ରତିଭା ଯାହା କି କାହାର ଦୃଷ୍ଟି ଗୋଚର ହେଉନଥିବା ବେଳେ ଅସମୟ ରେ ସେ ଝାଉଁଳି ଯାଉଛି ଏହି ପ୍ରତିଭା କୁ ସମ୍ମାନ ଜଣାଇ ତାକୁ ଲୋକ ଲୋଚନ କୁ ଆଣିବା ର ପ୍ରୟାସ ଏବଂ ଚେଷ୍ଟା ଜାରି ରଖିଛି ସ୍ବର୍ଣ୍ଣ ଚାରି ଟେବୁଲ ଟ୍ରଷ୍ଟ ।ପ୍ରତେକ ଘରେ ବୃଦ୍ଧ ବାପମାଆ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇ ଆଜିର କଳୁଷିତ ସମାଜ ରେ ବଞ୍ଚାଇ ରଖିପାରିଲେ ଉପଯୁକ୍ତ ଗୁରୁ ସେବା ହୋଇପାରିବ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ ଉଦ୍ଘାଟକ ମହୋଦୟ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଟ୍ରଷ୍ଟ ର କୋଷାଧ୍ୟକ୍ଷ ତଥା ନରସିଂହପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଉମାକାନ୍ତ ସାହୁ ଗ୍ରାମାଞ୍ଚଳ ରେ ଥିବା କଳାକାର ମାନେ ହେଉଛନ୍ତି ଗ୍ରାମାଞ୍ଚଳର ଉତ୍କୃଷ୍ଟ ସମ୍ପଦ।ଅନ୍ୟତମ ଉପଦେଷ୍ଟା ଶିକ୍ଷାବିତ ଦେବରାଜ ସ୍ୱାଇଁ ଏବଂ ଶିକ୍ଷାବିତ ପ୍ରଧାନୀ ବୃନ୍ଦାବନ ମହାପାତ୍ର ଟ୍ରଷ୍ଟ ମାଧ୍ୟମ ରେ ଏଭଳି ସୁନ୍ଦର କଳାକାର ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ପ୍ରୋତ୍ସାହିତ କରାଯିବା ପାଇଁ ଟ୍ରଷ୍ଟ କୁ ଆହ୍ୱାନ ଦେଇଥିଲେ।ଶିକ୍ଷାବିତ ନିରଞ୍ଜନ ମହାପାତ୍ର ଏବଂ ମାୟାଧର ଦାସ ଅନୁଷ୍ଠାନ ର ଅନ୍ୟତମ ଉପଦେଷ୍ଟା ଏଭଳି କାର୍ଯ୍ୟକ୍ରମ ର ଆୟୋଜନ କୁ ଭୁୟସୀ ପ୍ରଶଂସା କରିଥିଲେ।ସିଆରିଆ ଗ୍ରାମ ପଂଚାୟତ ର ସରପଞ୍ଚ ଜୟଶ୍ରୀ ରଥ ବିଶିଷ୍ଟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅରକ୍ଷିତ ଚୌଧୁରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ପରିଚଳନା କମିଟି ର ଚେୟାରମାନ ଶାନ୍ତନୁ କୁମାର ଗାଣ ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରି ଗ୍ରାମାଞ୍ଚଳ ର କଳାକାର ମାନଙ୍କୁ ଲୋକଲୋଚନକୁ ଆଣିପାରିଥିବାରୁ ତାଙ୍କୁ ଅନୁଷ୍ଠାନ ତରଫରୁ ତୋରାଣୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ସାହୁ ଟ୍ରଷ୍ଟ ର ମହାମହିମ ମାନଙ୍କର ପାଦସ୍ପର୍ଶରେ ସିଆରିଆ ର ଏ ଅନୁଷ୍ଠାନ ଆଜି ପବିତ୍ର ହେଲା ବୋଲି ତାଙ୍କ ଭାଷଣ ରେ କହିଥିବାବେଳେ ଆଗକୁ ଆହୁରି ନୂଆ କାର୍ଯ୍ୟକ୍ରମ କରିବା ପାଇଁ ଟ୍ରଷ୍ଟ ର କର୍ମକର୍ତ୍ତା ମାନଙ୍କୁ ଆହ୍ୱାନ ଦେଇଥିଲେ ଏବଂ ତାଙ୍କୁ ଟ୍ରଷ୍ଟ ତରଫରୁ ସମ୍ମାନିତ କରାଯାଇଥିଲା।ସିଆରିଆ ର ପର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ମହାପାତ୍ର ଟ୍ରଷ୍ଟ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଏଭଳି ଉଦ୍ୟମ ପାଇଁ ପ୍ରଶଂସା କରିଥିଲେ ।ବିଶେଷ କରି ଟ୍ରଷ୍ଟ ର ଉପଦେଷ୍ଟା ସାମ୍ବାଦିକ କାର୍ତ୍ତିକେଶ୍ୱର ନାଥ ଭାରତ ରତ୍ନ ସାହୁ ବିନୟ ରଞ୍ଜନ ସାହୁ ଏବଂ ପ୍ରିୟସୁନ୍ଦର ଅତ୍ତବୁଦ୍ଧି ସିଆରିଆ ର ସଭାପତି ବେଣୁଧର ସାହୁ ସେମାନଙ୍କ ଭାଷଣ ରେ ଟ୍ରଷ୍ଟ ର ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ ।
Comments are closed.