ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ବନ୍ୟା ପ୍ରଭାବିତ ଙ୍କୁ ମିଳିବ ରିଲିଫ୍ ସହାୟତା
ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ଗଣିଆ ଏବଂ ଖଣ୍ଡପଡ଼ା ବ୍ଲକ୍ ର ବହୁ ପଞ୍ଚାୟତ ମହାନଦୀ ର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ରାଜ୍ୟ ସରକାରଙ୍କ ଙ୍କ ତରଫରୁ ୧୦ ଟି ଜିଲ୍ଲାକୁ ରିଲିଫ୍ ଘୋଷଣା କରାଯାଇଥିବା ବେଳେ ନୟାଗଡ ଜିଲ୍ଲା ବାଦ୍ ପଡ଼ିଥିଲା।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ରିଲିଫ୍ ସହାୟତା ପାଇଁ ନିବେଦନ କରିଥିଲେ।ତାହା ସଫଳ ହୋଇଛି।ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍ କମିଶନର ଙ୍କ କାର୍ଯ୍ୟାଳୟ ରୁ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ୭ ଦିନ ରିଲିଫ୍ ସହାୟତା କରିବା ପାଇଁ ଅଗଷ୍ଟ ୧୯ ତାରିଖ ଚିଠି ନଂ ୪୭୩୯ ରେ ନୟାଗଡ ଜିଲ୍ଲାପାଳ ଙ୍କୁ ଚିଠି କରାଯାଇଛି ।ଏହି ଖବର ପ୍ରକାଶିତ ହେବା ପରେ ବନ୍ୟା ପ୍ରଭାବିତ ଲୋକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇଛନ୍ତି।
Comments are closed.