ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଶାଳା(ସୁଜିତ କୁମାର ରାଉତ) : ବୃକ୍ଷ ହିଁ ଜୀବନ । ଗୋଟିଏ ଗଛ କୋଟିଏ ଜୀବନ ଵଂଚାଇବାରେ ସାହାଯ୍ୟ କରେ।ସମାଜରେ ବଂଚିରହିବା ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ।ତେଣୁ ଅମ୍ଳଜାନ ପାଇବା ପାଇଁ ଆମକୁ ପରିବେଶକୁ ବୃକ୍ଷରୋପଣ କରି ସବୁଜ ସୁନ୍ଦର କରି ଗଢି ତୋଳିବା ଆମର ଦାୟିତ୍ବ।ସେହିପରି ଧର୍ମଶାଳା ଥାନା ଅନ୍ତର୍ଗତ ଉତରପ୍ରତାପ ଗ୍ରାମପଞ୍ଚାୟତ ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଧର୍ମଶାଳା ପଂଚୟତ ସମିତି ର ଅଧ୍ୟକ୍ଷ ପ୍ରଭାତ ବଲବନ୍ତରାୟ ଙ୍କ ଶୁଭ ଜନ୍ମଦିନ ଅବସରରେ, ତାଙ୍କ ଶୁଭ ମନାସି ବିଜୁ ଛାତ୍ର ଜନତା ଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।ଛାତ୍ର ବିଜେଡି ସଭାପତି ଜଗଦାନନ୍ଦ ରାଉତ ଙ୍କ ତ୍ୱତ୍ୱାବଧାନରେ ରାଖିପାଟଣା ଗ୍ରାମରେ ବୃକ୍ଷରୋପଣ କରିବା ସହ ବାବା ହରି ଗୋସାଇଁଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା।କାର୍ଯ୍ୟକ୍ରମରେ ୧୫ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଭାଗ୍ୟଧର ସେଠୀ, ଯୁବ ସଂଗଠକ ଗୌତମ ସାହୁ,ପଂଚୟତ ସଭାପତି ସୁଧାଂଶୁ ସାହୁ,ସରପଞ୍ଚ ନିମାଇଁ ମଳିକ,ସମିତି ସଭ୍ୟା ଖିରାବ୍ଧି ତନୟା ମଲିକ,ଧର୍ମଶାଳା ଛାତ୍ର ବିଜେଡି ସୋସିଆଲ ମିଡ଼ିଆ ଏବଂ ଡିଜିଟାଲ ସଂଯୋଜକ ଚନ୍ଦନ ଭଦ୍ର,୧ନଂ ୱାର୍ଡ ସଭ୍ୟ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ କୈଳାସ ମହାନ୍ତି,ଜିଲ୍ଲା ଛାତ୍ର ବିଜେଡ଼ି ସମ୍ପାଦକ ଶକ୍ତିକାନ୍ତ ବଳ,ବ୍ଲକ ଛାତ୍ର ବିଜେଡ଼ି ସମ୍ପାଦକ ଅନନ୍ତ ନାରାୟଣ ବିଶ୍ଵାଳ,ଶରତ ବାରିକ,ଛାତ୍ର ସଂଗଠକ ଭରତ ନାୟକ,ଅଭିଷେକ ଦାସ ପ୍ରମୁଖ ଯୋଗଦେଇଥିଲେ।

Comments are closed.