ମହାଦେବ ଯୁବକ ସଙ୍ଘ ପକ୍ଷରୁ ବୃକ୍ଷ ରୋପଣ

ଅନୁଗୋଳ(ଶିବୁ ନାୟକ) : ତାକଚେର ବ୍ଲକ ଅନ୍ତର୍ଗତ ନାତିଡି ଗ୍ରାମରେ ମହାଦେବ ଯୁବକ ସଙ୍ଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସଙ୍ଘର ସଭାପତି ହିରୋନ ଗଡ଼ନାୟକ ଓ ସମ୍ପାଦକ ବିକାଶ ସାମଲଙ୍କ ତତ୍ୱବୋଧନାରେ ଗାଁ ପିଢ଼ ପଡିଆ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବୃକ୍ଷ ହଁ ଜୀବନ ,ବୃକ୍ଷ ରୋପଣ କଲାପରେ ତାର ରକ୍ଷଣ ବେକ୍ଷଣ ସମସ୍ତ ଙ୍କ ଦାୟିତ୍ୱ ବୋଲି ସଭାପତି ହିରୋନ ଗଡ଼ନାୟକ ଓ ସମ୍ପାଦକ ବିକାଶ ସାମଲ ନିଜ ବ୍ୟକ୍ତବ୍ୟ ମଧ୍ୟମରେ ପ୍ରକାଶ କରିଥିଲେ ।ସଙ୍ଘର ସଭାପତି ହିରୋନ ଗଡ଼ନାୟକ କାର୍ଯ୍ୟକ୍ରମ ର ସଭାପତିତ୍ୱ କରିଥିଲେ । ପରିଶେଷରେ ସଙ୍ଘର ସମସ୍ତ ସଦସ୍ୟ ମାନେ ପିଢ଼ ପଡ଼ିଆରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ ।
ସୁବୋଧ ଗଡ଼ନାୟକ, ଡିଶୁ ଦଣ୍ଡିଆ, ଅନଧା ସାହୁ, ସିଲୁ ଗଡ଼ନାୟକ, ଚଗଲା ସାମଲ, ଶିବାଜୀ ଦଣ୍ଡିଆ, ପ୍ରିୟବ୍ରତ ଗଡ଼ନାୟକ,ଆନନ୍ଦ ସାହୁ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

Comments are closed.