କେସିଙ୍ଗା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ କଡା ସୁରକ୍ଷା ବଳୟ ମଧ୍ୟରେ ସମିତି ପ୍ରାର୍ଥୀଙ୍କୁ ବ୍ଲକ ଭିତରକୁ ପ୍ରବେଶ କରାଇଲେ କେସିଙ୍ଗା ପୋଲିସ

କଳାହାଣ୍ଡି(ରୋହିତ କୁମାର ସାହୁ) : ଆଜି କଳାହାଣ୍ଡି ଜ଼ିଲ୍ଲାର ପ୍ରବେଶ ଦ୍ୱାର କୁହାଯାଉଥିବା କେସିଙ୍ଗା ବ୍ଲକର ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ କେସିଙ୍ଗା ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା l ବିଜେଡି ସମର୍ଥିତ ଚନ୍ଦନ ସେନାପତି ତାଙ୍କ ସମର୍ଥିତ ସମିତି ମାନଙ୍କୁ ପ୍ରଥମେ ପ୍ରବେଶ କରିଥିଲେ l ଚନ୍ଦନ ସେନାପତି ପ୍ରବେଶ ସମୟରେ ବିଜେଡିର ଦୁଇ ପୂର୍ବତନ ବିଧାୟକ ଦୁଷ୍ମନ୍ତ ଏବଂ ଅନାମ ନାୟକ ଉପସ୍ଥିତ ଥିଲେ lହଜାର ହଜାର ସମର୍ଥିତ ବିଜୟ ସ୍ଲୋଗାନ ଦେଇ ତାଙ୍କୁ ବ୍ଲକ ଗେଟ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ l ତାଙ୍କ ପରେ ବିଶିଷ୍ଟ ସମାଜସେବୀ ମନୋଜ ପଟନାୟକ ତାଙ୍କ ସମର୍ଥକ ମାନଙ୍କ ସହ ବ୍ଲକ କାର୍ଯ୍ୟାଳୟ ସମୁଖକୁ ପହଂଚିଥିଲେ l ହଜାର ହଜାର ସମର୍ଥକ ମନୋଜ ପଟନାୟକ ଜ଼ିନ୍ଦାବାଦ ସ୍ଲୋଗାନ ଦେଇ ବ୍ଲକ ଗେଟ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ l ବିଜେପି ସମର୍ଥିତ ପ୍ରତାପ ବାଗ ନିଜ ସମର୍ଥିତ ପ୍ରାର୍ଥୀ ଙ୍କ ସହ ବ୍ଲକ କାର୍ଯ୍ୟାଳୟ କୁ ପ୍ରବେଶ କରିଥିଲେ l ସମୟ 10.30 ରୁ 11.30 ରୁ ନିର୍ବାଚନ ଫର୍ମ ବିକ୍ରି ହେଉଥିବା ବେଳେ 12 ରୁ 12.30 ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସମୟ ରହିଛି l12.30 ପରେ ଭୋଟ ଦାନ ଏବଂ 1.30 ସମୟ ପରେ ଭୋଟ ଗଣତି ରହିଅଛି l ନିଜ ନିଜ ସମର୍ଥକ ଙ୍କୁ ନେଇ ଅଧ୍ୟକ୍ଷ ପଦବୀ ଅକ୍ତିଆର କରିବା ପାଇଁ ଦୁଇ ପ୍ରାର୍ଥୀ ଆଶାୟୀ ଅଛନ୍ତି l ବିଜେଡି ସମର୍ଥିତ ଚନ୍ଦନ ସେନାପତି ଙ୍କ ପାଖରେ 9 ଜଣ ସମିତି ରହିଥିବା ବେଳେ ବିଜେପି ସମର୍ଥିତ ପ୍ରତାପ ବାଗ ଙ୍କ ପାଖରେ 4 ଏବଂ ସ୍ୱାଧୀନ ପ୍ରାର୍ଥୀ ମନୋଜ ପଟନାୟକ ଙ୍କ ନିକଟରେ 12 ଏବଂ ଜଣେ କୌଣସି ଦଳକୁ ଆସିନଥିବା ସୂତ୍ର ରୁ ପ୍ରକାଶ l ବିଜେପି ସମର୍ଥନ ରେ ବିଜେଡି ତାର ବ୍ଲକ ଅଧ୍ୟକ୍ଷ ଗଠନ କରିବାକୁ ଅସାବାନ୍ଧି ରଖିଛି l

Comments are closed.