ଜାଣନ୍ତୁ ଲିଚୁରେ କଣ ରହିଛି ଫାଇଦା

ଏବେ ବଜାରରେ ଯେଉଁଠି ଦେଖିବେ ପୂଳା ପୂଳା ଲିଚୁ। ଏହା ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ଆହୁରି ସୁଆଦିଆ। ମିଠା ଲାଗୁଥିବା ଏହି ରସାଳୁଆ ଫଳଟି ଅନେକ ଲୋକଙ୍କର ପ୍ରିୟ।

ଏହା ଏକ ଋତୁଭିତ୍ତିକ ଫଳ ହୋଇଥିବାରୁ ସବୁ ସମୟରେ ଦେଖିବାକୁ ମିଳେ ନାହିଁ। ଏହି କାରଣରୁ ଆପଣ ଏବେ ଏହି ଫଳ ଖାଇକରି ଭରପୂର୍‌ ମଜା ଉଠାନ୍ତୁ। ଏହା କେବଳ ସ୍ବାଦିଷ୍ଟ ନୁହେଁ, ବହୁ ଉପକାରୀ ମଧ୍ୟ।

ଏହି ଫଳରେ ପ୍ରଚୁର ପରିମାଣର ଭିଟାମିନ୍‌, ମିନେରାଲ୍‌ସ ଏବଂ ଆଣ୍ଟି ଅକ୍ସିଡାଣ୍ଟ୍‌ ରହିଛି। ଏଥିରେ ରହିଥିବା ପଟାସିୟମ୍‌, କପର ଓ ଭିଟାମିନ୍‌ ସି ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରଥାଏ। ଲିଚି ହୃଦ୍‌ରୋଗ, କର୍କଟ ଓ ମଧୁମେହ ପରି ରୋଗ ସହ ଲଢ଼ିଥାଏ।

Comments are closed.