ପ୍ରେମିକା ଘରେ ପ୍ରେମିକର ମୃତ ଦେହ
ପୁରୀ: ପୁରୀ ବ୍ରହ୍ମଗିରିରେ ଚାଞ୍ଚଲ୍ୟ । ସାହୁପଡା ଗାଁରେ ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକ ଜଣଙ୍କ ରାଜକିଶୋର ବିଶ୍ୱାଳଙ୍କ ପୁଅ ସୂର୍ଯ୍ୟକାନ୍ତ ବିଶ୍ୱାଳ ବୋଲି ଜଣାପଡିଛି । ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ସେପଟେ ଘଟଣାସ୍ଥଳରେ ଲାଗି ରହିଛି ଉତ୍ତେଜନା । ଉଭୟ ପ୍ରେମିକ ଓ ପ୍ରେମିକା ୨ ପରିବାର ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । ସେପଟେ ବିଳମ୍ବିତ ରାତିରେ ବ୍ରହ୍ମଗିରି ପୋଲିସ ପହଁଞ୍ଚି ମୃତଦେହ ଉଦ୍ଧାର କରିଛି।
ଅନ୍ୟପଟେ ପୁଅର ମୃତ୍ୟୁକୁ ନେଇ ପରିବାର ଲୋକେ ଭାଙ୍ଗିପଡିଥିବା ସହ ହତ୍ୟା ଅଭିଯୋଗ ଆଣିଛନ୍ତି । ପୁଅକୁ ମାରି ଦେଇ ଫ୍ୟାନରେ ଝୁଲାଇଦେଇଥିବା କଥା କହିଛନ୍ତି । ଆକ୍ରୋଶମୂଳକ ଭାବରେ ଆମ ପୁଅକୁ ହତ୍ୟା କରାଯାଇଛି । ତାକୁ ପ୍ରଥମେ ଫୋନ କରି ତାଙ୍କ ଘରକୁ ଡାକିଥିଲେ । ମଦ ପିଆଇ ତାକୁ ନିଶାଶକ୍ତ ଅବସ୍ଥାରେ ବାଡେଇ ମାରିଦେଇଛନ୍ତି ବୋଲି ମୃତ ସୂର୍ଯ୍ୟକାନ୍ତ ବିଶ୍ୱାଳଙ୍କ ପରିବାର ଲୋକେ କହିଛନ୍ତି । ଏହାସହ ଦୋଷୀଙ୍କୁ ଆଇନଅନୁଯାୟୀ କଠୋରରୁ କଠୋର ଦଣ୍ଡ ଦେବାକୁ କହିଛନ୍ତି ।
Comments are closed.