ଡିକି ଭାଙ୍ଗି ୩ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ଭଦ୍ରକ(ନିମାଇଁ ନାୟକ) : ଦିନ ଦ୍ବିପ୍ରହର ସମୟରେ ଡିକି ଭାଙ୍ଗି ଲୁଟି ନେଲେ ୩ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେପୁର ବଜାରରେ।ସୂଚନା ଅନୂଯାୟୀ ଚୁଡାମଣି ଗ୍ରାମର ଦୀପକ ଜେନା ନାମକ ଜଣେ ବ୍ୟକ୍ତି ବାସୁଦେବପୁର କଲେଜ ଛକ ନିକଟ ଏକ୍ସିସ ବ୍ୟାଙ୍କ ଶାଖାରୁ ୧ ଘଟିକା ସମୟରେ ୬ଲକ୍ଷ ଟଙ୍କା ଉଠାଇ ୩ଲକ୍ଷ ଟଙ୍କା ନିଜ ପକେଟରେ ରଖିଥିବା ବେଳେ ବାକି ୩ଲକ୍ଷ ଟଙ୍କା ବାଇକ୍ ଡିକିରେ ରଖିଥିଲେ । ମାତ୍ର ବଜାରୁ ଫେରି ଚୁଡାମଣି ଆଢିଆ ପାଖରେ ଦେଖିଲା ବେଳକୁ କେହି ଦୁର୍ବୁତ ଡିକି ଭାଙ୍ଗି ୩ଲକ୍ଷ ଟଙ୍କା ଲୁଟ କରିଛି | ଅପରପଟେ ଏ ସମ୍ପର୍କରେ ସେ ବାସୁଦେବପୁର ଥାନାରେ ଜଣେଇଛନ୍ତି ମାତ୍ର ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ।

Comments are closed.