ଲୋକାଲ୍ ଟ୍ରେନରେ ଲାଗିଲା ନିଆଁ
ମୁମ୍ବାଇ: ମୁମ୍ବାଇର ୱାଶି ରେଳ ଷ୍ଟେସନରେ ପନବେଲକୁ ଯାଉଥିବା ଲୋକାଲ ଟ୍ରେନରେ ହଠାତ୍ ଲାଗିଯାଇଥିଲା ନିଆଁ । ନିଆଁର କାୟା ବଢିବାରୁ ତୁରନ୍ତ ୱାଶି ରେଳୱେ ଷ୍ଟେସନକୁ ଖାଲି କରାଯାଇଥିଲା । ଏହା ବ୍ୟତିତ ଏହି ଲୋକାଲ୍ ଟ୍ରେନର ସମସ୍ତ ଯାତ୍ରୀଙ୍କୁ ବାହାର କରାଯାଇ ସୁରକ୍ଷିତ ସ୍ଥାନକୁ ନ୍ରିଆଯାଇଥିଲା । ନିଆଁକୁ ଆୟତ୍ତ କରିବା ପୂର୍ବରୁ ଷ୍ଟେସନର ସମସ୍ତ ବିଦ୍ୟୁତ ସଂଯୋଗକୁ ବନ୍ଦ କରାଯାଇଥିଲା । ବର୍ତ୍ତମାନ ସମୟରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏହି ଦୁର୍ଘଟଣାରେ କେହି ବି ଆହତ ହୋଇନଥିବା ଜଣାପଡିଛି । ଏଭଳି ଦୁର୍ଘଟଣା ପରେ ସମସ୍ତ ଟ୍ରେନକୁ କିଛି ସମୟ ପାଇଁ ବିଳମ୍ବ କରାଯାଇଛି । ତେବେ ସର୍ଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଛି ବୋଲି ସନ୍ଦେହ କରିଛି ରେଲୱେ ବିଭାଗ ।
Comments are closed.