ଦିଲ୍ଲୀ ବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି

ନୂଆଦିଲ୍ଳୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ବଡ଼ ମୁଣ୍ଡବିନ୍ଧା ସାଜିଥିବା ବେଳେ ସେଠାକାର ବାସିନ୍ଦାମାନଙ୍କୁ ଏବେ ସାମାନ୍ୟ ଆଶ୍ବସ୍ତ ଅନୁଭବ ହୋଇଛି। କାରଣ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର) ନୋଏଡା, ଗୁରୁଗ୍ରାମ ଏବଂ ଏହାର ଆଖପାଖ ଅନେକ ଅଞ୍ଚଳରେ ଗୁରୁବାର ଏବଂ ଶୁକ୍ରବାର ମଧ୍ୟରାତ୍ରିରେ ହାଲୁକା ବର୍ଷା ହେବା ପରେ ପ୍ରଦୂଷଣ ଓ ଧୁଆଁ ସମାନ୍ୟ କମିଛି। ବିଷାକ୍ତ ହୋଇ ଯାଇଥିବା ବାୟୁମଣ୍ଡଳର ଅବସ୍ଥା ପୂର୍ବାପେକ୍ଷା ଟିକେ ସୁଧୁରିିଛି ବୋଲି ସୂଚନା ରହିଛି।

ଦିଲ୍ଳୀର କର୍ତ୍ତବ୍ୟ ପଥ, ଆଇଟିଓ ଏବଂ ଦିଲ୍ଲୀ-ନୋଏଡା ସୀମାରୁ ଆସିଥିବା ଭିଜୁଆଲଗୁଡିକରୁ ଦେଖିବାକୁ ମିଳିଛି ଯେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ପରେ ପାଗରେ ହଠାତ୍ ପରିବର୍ତ୍ତନ ଘଟିଛି। ଦିଲ୍ଲୀର କନ୍ନାଟ୍ ପ୍ଲେସରେ ଏୟାର୍‌ କ୍ବାଲିଟି ଇଣ୍ଡେକ୍ସ (ଏକ୍ବିଉଆଇ) ଉନ୍ନତ ହୋଇଛି ଏବଂ ଏହା ‘ଭଲ’ ବର୍ଗରେ ୮୫ ରେ ରେକର୍ଡ ହୋଇଛି।

Comments are closed.