ଆଗ ଜୀବନ, ପରେ ନିୟମ ସୁପ୍ରିମକୋର୍ଟ

0

ଆଗ ଜୀବନ, ପରେ ନିୟମ । ଲିଭର ସଂକ୍ରମଣ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀର ଗୁରଗ୍ରାମର ଏକ ହସ୍ପିଟାଲରେ ମରଣ ସହ ସଂଘର୍ଷ କରୁଥିବା ଏକ ୩ ବର୍ଷର ବାଳକକୁ ଲିଭର ଡୋନେଟ କରିବା ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟଙ୍କ ଆଇନ ଅନୁଯାୟୀ, ଜଣେ ରୋଗୀଙ୍କୁ କେବଳ ପରିବାର ସଦସ୍ୟ ହିଁ ଅଙ୍ଗ ଦାନ କରି ପାରିବେ। ମାତ୍ର ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ପିଲାଟିର ଲିଭର ଫେଲ୍‌ ହୋଇ ସାରିଥିବା ବେଳେ ସେ ଏବେ ଗୁରଗ୍ରାମରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛି। ପିଲାଟିର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଥିବା ବେଳେ ବାପାମା’ଙ୍କ ଲିଭର ସହ ତାହା ମ୍ୟାଚ୍‌ କରୁନି। ଏପରି ସ୍ଥିତିରେ ଜଣେ ଦୂର ସମ୍ପର୍କୀୟ ପିଲାଟିକୁ ଲିଭର ଦେବାକୁ ସମ୍ମତି ପ୍ରକାଶ କରିଥିବା ବେଳେ ବାଧା ସାଜିଥିଲା ଆଇନ।

ଏପରି କ୍ଷେତ୍ରରେ ନିଜ ପୁଅର ଜୀବନ ବଞ୍ଚାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆକୁଳ ନିବେଦନ କରିଛନ୍ତି ପିଲାଟିର ବାପାମା’ । କୋର୍ଟଙ୍କ ଆଦେଶ ହିଁ ପୁଅର ଜୀବନ ବଞ୍ଚାଇ ପାରିବ ବୋଲି ସେମାନେ ଗୁହାରି ଜଣାଇଛନ୍ତି।

ନଭେମ୍ବର ୨ରେ ପ୍ରଥମେ ଏହି ମାମଲାର ଶୁଣାଣି ପାଇଁ ଆବେଦନ କରାଯାଇଥିଲା। ଏହି ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ଶୁଣାଣି ପ୍ରଥମେ କରିବାକୁ ପ୍ରଧାନ ବିଚାରପତି ବେଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.