ସାବଧାନ୍ ଚାଳକ୍ ! ଏଣିକି ଡବଲ ହେଲମେଟ୍ ନପିନ୍ଧିଲେ ଲାଇସେନ୍ସ ବାତିଲ
ଭୁବନେଶ୍ୱର, ୨ା୧ : ନୂଆବର୍ଷ ଆରମ୍ଭରୁ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ସଡକ ସୁରକ୍ଷା ଓ ଡବଲ ମେଲମେଟକୁ ଏବେ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ନୂଆବର୍ଷରୁ ଟ୍ୱିନସିଟିରେ ଡବଲ ହେଲମେଟ ଚେକିଂ ଜୋରଦାର କରାଯାଇଛି ।
ତେବେ ଦୁଇ ଚକିଆ ଯାନରେ ହେଲମେଟ ନପିନ୍ଧିଲେ ଲାଇସେନ୍ସ ବାତିଲ କରାଯିବ । ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବାକୁ ବାଧ୍ୟ । ନମାନିଲେ ୩ ମାସ ପାଇଁ ଲାଇସେନ୍ସ ବାତିଲ ସହ ୧୦୦୦ ଟଙ୍କାର ଜୋରିମାନା ଲାଗିବ । ଜାନୁଆରୀ ୧ରୁ ରାଜ୍ୟରେ ନୂଆ ଏମଭି ଆଇନ୍ ଲାଗୁ ହୋଇଛି । ଏନେଇ ଟ୍ୱିଟ ଯୋଗେ ଓଡିଶା ସଡକ ପରିବହନ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.