ଏଣିକି ମୋବାଇଲ ଆପରେ ଲର୍ଣ୍ଣର ଲାଇସେନ୍ସ
ଭୁବନେଶ୍ୱର,୧୦ ।୨: ଏଣିକି ଗାଡ଼ି କାଗଜପତ୍ର କାମ ଅନଲାଇନରେ ହେବ ।୫T ଅଧିନରେ ୯ଟି ଅନଲାଇନ ସେବାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏଭଳି ବ୍ୟବସ୍ଥା କରିଛନ୍ତି । ରାଜ୍ୟରେ ସବୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କାଗଜବିହୀନ ହେବ ।
ତେବେ ଆରଟିଓଗୁଡ଼ିକ କାଗଜବିହୀନ ବା ପେପରଲେସ ହେବ । ୫ଟି କାର୍ଯ୍ୟକ୍ରମ ଅଧିନରେ ଏହିସବୁ ଅନଲାଇନ ସେବା ଆରମ୍ଭ ହୋଇଛି । ଯାନବାହାନ ପଞ୍ଜୀକରଣ, ସ୍ୱୟଂକ୍ରିୟ ଦ୍ରବ୍ୟ ପରିବହନ ଅନୁମତି, ବସକୁ ସ୍ୱତନ୍ତ୍ର ଅନୁମତି, ଇଂଟରନାସନାଲ ଡ୍ରାଇଭିଂ ଅନୁମତି ପାଇଁ ଅନଲାଇନ ଆବେଦନ, ପଞ୍ଜୀକରଣର ନବୀକରଣ ଓ ଯେକୌଣସି ଆରଟିଓରେ ଓନରସିପ ପରିବର୍ତନ ଓ ମୋବାଇଲ ଆପସ ମାଧ୍ୟମରେ ଲର୍ଣ୍ଣର ଲାଇସେନ୍ସର ବ୍ୟବସ୍ଥା କରାଯାଇଛି ।
Comments are closed.