ଲେଟେରାଲ ଏଣ୍ଟ୍ରୀ ଲାଗିଲା ରୋକ୍‌

ସଂରକ୍ଷଣକୁ ନେଇ ବିବାଦ ଉପୁଜିବା ପରେ ପ୍ରଶାସନିକ ସେବାରେ ଲେଟେରାଲ ଏଣ୍ଟ୍ରୀ ନିଷ୍ପତ୍ତି ଉପରେ ଲାଗିଲା ରୋକ୍‌। ଲେଟେରାଲ ଏଣ୍ଟ୍ରୀ ବିଜ୍ଞାପନ ଉପରେ ରୋକ ଲଗାଇବା ସହ ନିଷ୍ପତ୍ତି ଫେରାଇ ନେଲେ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଲେଟେରାଲ ଏଣ୍ଟ୍ରୀର ବିଜ୍ଞାପନକୁ ସରକାର ଫେରାଇ ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ୟୁପିଏସ୍‌ସି ଚେୟାରମ୍ୟାନ୍‌ ପ୍ରୀତି ସୁଦାନଙ୍କୁ ଚିଠି ଲେଖି ଏହି ବିଜ୍ଞାପନକୁ ରଦ୍ଦ କରିବାକୁ କହିଛନ୍ତି। ଚିଠିରେ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିର କରିଛନ୍ତି ଯେ ସମ୍ବିଧାନରେ ଦିଆଯାଇଥିବା ସମାନତା ଅଧିକାର ଅଧୀନରେ ଲାଟେରାଲ୍ ଏଣ୍ଟ୍ରୀ ନିଯୁକ୍ତି ମଧ୍ୟ କରାଯିବା ଉଚିତ। ବିଶେଷକରି ଦେଶରେ ସଂରକ୍ଷଣ ସହିତ କୌଣସି ଟ୍ୟାମ୍ପରିଂ ହେବା ଉଚିତ୍ ନୁହେଁ।’

ଲେଟେରାଲ୍ ଏଣ୍ଟ୍ରୀରେ ସଂରକ୍ଷଣ ଆଣିବାକୁ କେନ୍ଦ୍ର ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ଆଗକୁ ଲେଟେରାଲ୍ ଏଣ୍ଟ୍ରୀରେ OBC / SC / ST ପାଇଁ ସଂରକ୍ଷଣ ଅଣାଯାଇପାରେ ବୋଲି ସମ୍ଭାବନା ରହିଛି।

ଏହାପୂର୍ବରୁ, UPSC ଅଗଷ୍ଟ ୧୭ ରେ ଏକ ବିଜ୍ଞାପନ ଜାରି କରିଥିଲା, ଯେଉଁଥିରେ ୨୪ଟି ମନ୍ତ୍ରଣାଳୟରେ ୪୫ ଯୁଗ୍ମ ସଚିବ, ଡେପୁଟି ସେକ୍ରେଟେରୀ ଏବଂ ନିର୍ଦ୍ଦେଶକ ସ୍ତରର ନିଯୁକ୍ତି ଲାଟେରାଲ୍ ଏଣ୍ଟ୍ରୀ ମାଧ୍ୟମରେ ପୂରଣ କରାଯିବାକୁ ବିଜ୍ଞପନ ଦିଆଯାଇଥିଲା। ଏହାକୁ ନେଇ ରାଜନୈତିକ ସ୍ତରରେ ବହୁ ବିବାଦ ଉପୁଜି ଥିଲା। ବିରୋଧୀ ଜୋର ସୋର୍‌ରେ ଏହାକୁ ବିରୋଧ କରିଥିଲେ। ଶାସକ ଦଳର କିଛି ନେତାମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇ ନଥିଲେ। ଏହାପରେ ସରକାର ଏହି ବିଜ୍ଞାପ୍ତି ଉପରେ ରୋକ୍‌ ଲଗାଇଛନ୍ତି।

Comments are closed.