ଭୂସ୍ଖଳନରେ ୭ଯବାନ ଶହୀଦ, ୨୫ଯବାନ ନିଖୋଜ

ଇମ୍ଫାଲ : ଗତ ୨ଦିନ ହେଲାଣି ମଣିପୁରରେ ଲଗାତର ବର୍ଷା ହେବାରୁ ନୋନି ଜିଲାରେ ଭୂସ୍ଖଳନ ହୋଇଛି। ବୁଧବାର ବିଳମ୍ବିତ ରାତିରେ ନୋନି ଜିଲାର ଇମ୍ଫାଲ-ଜିରିବାମ ରେଲଓ୍ବେ ଲାଇନର ସୁରକ୍ଷା ପାଇଁ ମୁତୟନ ହୋଇଥିବା ଭାରତୀୟ ସେନାର ୧୦୭ପ୍ରାଦେଶିକ ସେନାର କ୍ୟାମ୍ପ ନିକଟରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାରେ ୭ଜଣ ଯବାନ ଶହୀଦ ହୋଇଥିବା ବେଳେ ୨୫ଜଣ ନିଖୋଜ ଅଛନ୍ତି। ଏବେ ବି ଭଗ୍ନାବଶେଷ ତଳେ ଅନେକ ଯବାନ ଫଶି ରହିଛନ୍ତି। ଭୂସ୍ଖଳନ ହେବା ପରେ ଭାରତୀୟ ସେନା ଏବଂ ଆସାମ ରାଇଫଲ୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏଥିସହ ସେନା ହେଲିକପ୍ଟରକୁ ମଧ୍ୟ ମୁତୟନ କରାଯାଇଥିବା ବେଳେ ପାଗ ସଫା ହେବା ପାଇଁ ଅପେକ୍ଷା କରାଯାଇଛି। ଖରାପ ପାଣିପାଗ ଏବଂ ଲଗାତର ଭୂସ୍ଖଳନ ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ସକାଳ ସାଢ଼େ ୫ଟାରେ ୧୩ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଆହତଙ୍କୁ ସ୍ଥାନୀୟ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.